ଓଡ଼ିଶାଲାଇଭ୍ ବ୍ୟୁରୋ

ମିକାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଲେ ବ୍ରାଜିଲ ଝିଅ।

ଲୋକପ୍ରିୟ ବଲିଉଡ ଗାୟକ ମିକା ସିଂହ ଦୁବାଇରେ ଗିରଫ ହୋଇଛନ୍ତି। ମିକାଙ୍କ ଉପରେ ବ୍ରାଜିଲର ଜଣେ ୧୭ ବର୍ଷୀୟା ଝିଅ ଅଭିଯୋଗ ଆଣିଛନ୍ତି। ମିକା ତାଙ୍କୁ ଅଶ୍ଳୀଳ ଫଟୋ ପଠାଇଥିବା ଅଭିଯୋଗ ସେ କରିଛନ୍ତି। ସେହି ଅଭିଯୋଗରେ ଦୁବାଇ ପୋଲିସ୍ ତାଙ୍କୁ ଗିରଫ କରିଛି।

ମିକାଙ୍କୁ ଏବେ ମୁରାକାବାତ୍ ଜେଲରେ ଅଟକ ରଖାଯାଇଛି। ରବିବାର ତାଙ୍କୁ କୋର୍ଟ ପଠାଯିବ ବୋଲି ସୂଚନା ମିଳିଛି।

ମିକା ଦୁବାଇର ଏକ କାର୍ଯ୍ୟକ୍ରମରେ ଗୀତ ଗାଇବାକୁ ଯାଇଥିଲେ।

ଏହାପୂର୍ବରୁ ମିକାଙ୍କ ବିରୋଧରେ ଏକାଧିକ ମାମଲା ରହିଛି। ୨୦୧୬ ମସିହାରେ ମିକା ଜଣେ ମଡେଲଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗ ଆସିଥିଲା। ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଜଣେ ଡ଼ାକ୍ତରଙ୍କ ଉପରକୁ ମିକା ହାତ ଉଠାଇଥିବା ଅଭିଯୋଗ ବି ଆସିଥିଲା।

୨୦୦୬ ମସିହାରେ ରାକ୍ଷୀ ସାୱନ୍ତ ମିକାଙ୍କ ବିରୋଧରେ ଅଭିଯୋଗ ଆଣିଥଲେ।

Comment