ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଅବଦୁଲ କଲାମ ଦ୍ୱିପରେ ସଫଳ ପରୀକ୍ଷଣ
  • ଲକ୍ଷଭେଦ କ୍ଷମତା ୫୦୦୦ କିଲୋମିଟର

ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଅବଦୁଲ କଲାମ ଦ୍ୱିପରୁ ଗୁରୁବାର ହୋଇଥିବା ଅଗ୍ନି-୫ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ପରୀକ୍ଷା ସଫଳ ହୋଇଛି। ଅପରାହ୍ନ ୧ଟା ୨୮ ମିନିଟରେ କଲାମ ଦ୍ୱିପର ୪ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ଏହି ମିସାଇଲ ପରୀକ୍ଷଣ କରାଯାଇଛି। ଏହି କ୍ଷେପଣାସ୍ତ୍ରର ଲକ୍ଷଭେଦ କ୍ଷମତା ୫୦୦୦ କିଲୋମିଟର ରହିଛି।

ଅଗ୍ବି-୫ ହେଉଛି ପ୍ରଥମ ବାଲିଷ୍ଟିକ୍‌ ମିସାଇଲ ଯାହାକି ବେଜିଂ ସମେତ ଚୀନ ଏବଂ ମଧ୍ୟପ୍ରାଚ୍ୟକୁ ପହଞ୍ଚିବାର କ୍ଷମତା ବହନ କରୁଛି। ଏହା ଚୀନର ଯେକୌଣସି ସ୍ଥାନକୁ ଲକ୍ଷ୍ୟଭେଦ କରିପାରିବ। ଘଣ୍ଟାକୁ ୨୫ ହଜାର କିଲୋମିଟର ବେଗରେ ଗତି କରୁଥିବା ଏହି ମିସାଇଲ ଲକ୍ଷ୍ୟସ୍ଥଳରେ ୨୦ ମିମିଟ୍ ମଧ୍ୟରେ ପହଞ୍ଚିବାର କ୍ଷମତା ବହନ କରୁଛି।

ଏହି ମିସାଇଲ ଚୀନକୁ ଟକ୍କର ଦେବାରେ ସକ୍ଷମ ରହିବ। ଏହା ବେଜିଂ, ହଂକଂ ସମେତ ଚୀନର ଅନ୍ୟ ସ୍ଥାନରେ ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି।

୨୦୧୨ରେ ଅଗ୍ନି-୫ର ସଫଳ ପରୀକ୍ଷଣ କରାଯାଇଥିଲା।

Comment