ଓଡ଼ିଶାଲାଇଭ୍ ବ୍ୟୁରୋ

ମାର୍ଚ୍ଚ ୭ରୁ ଆରମ୍ଭ ହେବ ଯୁକ୍ତ୨ ପରୀକ୍ଷା। ଥିଓରୀ ପୂର୍ବରୁ ହେବ ପ୍ରାକ୍ଟିକାଲ ପରୀକ୍ଷା।

ମାର୍ଚ୍ଚ ୭ର ରାଜ୍ୟରେ ଯୁକ୍ତ୨ ପରୀକ୍ଷା ଆରମ୍ଭ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗୁରୁବାର ଏନେଇ ସୂଚନା ମିଳିଛି। ପ୍ରଥମ ଦିନ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଆରମ୍ଭ ହେବ।

ମାର୍ଚ୍ଚ ୮ରୁ କଳା ବିଭାଗର ପରୀକ୍ଷା ଆରମ୍ଭ ହେବ। ଯୁକ୍ତ୨ ପରୀକ୍ଷା ମାର୍ଚ୍ଚ ୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ରେ ଶେଷ ହେବ।

ଥିଓରୀ ପରୀକ୍ଷା ପୂର୍ବରୁ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ପରୀକ୍ଷା  ହେବ। ତେବେ ଜାନୁଆରୀ ୨୮ରୁ ଫେବୃଆରୀ ୮ ଯାଏଁ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ପରୀକ୍ଷା ହେବ।

ଯୁକ୍ତ୨ ପରୀକ୍ଷା ସକାଳ ୧୦ଟାରୁ ୧ଟା ଯାଏଁ ଚାଲିବ। ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ।

Comment