ଓଡ଼ିଶାଲାଇଭ ବ୍ୟୁରୋ

ସୁନ୍ଦର ଶରୀର କିଏ ନ ଚାହେଁ ? ମାତ୍ର ବ୍ୟସ୍ତ ଜୀବନଶୈଳୀ ଯୋଗୁଁ ଅନେକ ଲୋକ ବ୍ୟାୟାମ କିମ୍ବା ଯୋଗ ଲାଗି ସମୟ ବାହାର କରିପାରନ୍ତି ନାହିଁ, ଯେଉଁଥିଲାଗି ଆଜି ମୋଟାପଣ ଏକ ବଡ଼ ସମସ୍ୟା ହୋଇଯାଇଛି । କାରଣ ମେଦବହୁଳତା ଯେ କେବଳ ଶରୀର ଉପରେ ପ୍ରଭାବ ପକାଇଥାଏ ତାହା ନୁହଁ ବରଂ ଏହା ମନୁଷ୍ୟର ମାନସିକ ସ୍ତରରେ ମଧ୍ୟ ପ୍ରଭାବ ପକାଇଥାଏ। ଆଉ କେହି କେହି ଏଥିରୁ ନିସ୍ତାର ପାଇବା ଲାଗି ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି।

ଅନହେଲଦି ଲାଇଫ ଷ୍ଟାଇଲର ସବୁଠୁ ବଡ କ୍ଷତି ମୋଟାପଣ ଯୋଗୁଁ ହୋଇଥାଏ। ଆଉ ଥରେ ଯଦି ଶରୀରରେ ଏକ୍ସଟ୍ରା ଫ୍ୟାଟ ଆସିଯାଏ ତେବେ ତାହାକୁ କମ କରିବା ଏତେ ସହଜ ହୋଇନପାରେ। ମୋଟାପା ଡାଇବେଟିକ୍, କୋଲେଷ୍ଟେରଲ, ହରମୋନ୍ ଅସନ୍ତୁଳନ, ଗଣ୍ଠି ବ୍ୟଥା, ଦୃଦଘାତ, ଆସଥମା, ଡିପରେସନ ପରି ରୋଗର କାରଣ ପାଲଟିଥାଏ। ଏହା ସହିତ ମୋଟାପଣ ଆପଣଙ୍କ ସୋସିଆଲ ଲାଇଫରେ ମଧ୍ୟ ଅନେକ ପ୍ରଭାବ ପକାଇଥାଏ।  ମାତ୍ର ଏମିତି କିଛି ଘରୋଇ ଉପାୟ ଅଛି ଯାହାକୁ ଆପଣାଇଲେ ଆପଣ ଖୁବ୍ ସହଜରେ ମୋଟାପଣରୁ ଛୁଟକାରା ପାଇବା ସହ ଏକ ସୁନ୍ଦର ଶରୀର ପାଇପାରିବେ।

ବାଦାମ

ବାଦାମ ଓଜନ କମାଇବାରେ ଅନେକ ଉପକାରୀ ହୋଇଥାଏ। ଏହା ସହିତ ଏହା ହୃଦଘାତ ନହେବାରେ ବି ସାହାଯ୍ୟ କରିଥାଏ। ବାଦାମରେ ଥିବା ତତ୍ୱ ଶରୀରକୁ ଅନେକ ସମୟ ପର୍ଯ୍ୟନ୍ତ ଭୋକରୁ ଦୂରେଇ ରଖିପାରେ। ଭୋକ ଲାଗିଲେ ବାଦାମ ଖାଇଲେ ଶରୀରକୁ ଅନେକ ଉପକାର ମିଳିଥାଏ

କାକୁଡ଼ି

କାକୁଡ଼ିରେ ମିନେରାଲ୍ସ ଫାଇବର ଓ ଭିଟାମିନ ଅଧିକ ଥାଏ ଏହା ସହିତ ଏଥିରେ ୯୦ପ୍ରତିଶତ ପାଣି ଥାଏ। କାକୁଡ଼ି ପ୍ରତିଦିନ ଖାଇଲେ ଚର୍ବି କମ ହୋଇଥାଏ। ତେଣୁ ପ୍ରତିଦିନ କାକୁଡି ଖାଇବା ଆବଶ୍ୟକ।

ଟମାଟୋ

ଟମାଟୋରେ ଭିଟାମିନ୍ ସି, ଏ, ପୋଟାସିଅମ ଭାଗ ଅଧିକ ଥାଏ। ଯଦି ଆପଣ ପ୍ରତିଦିନ ଟମାଟୋ ଖାଇବେ ତେବେ ତାହାର ଅସର ଖୁବଶୀଘ୍ର ପାଇବେ।

ଗ୍ରୀନ ଟି

ଯେଉଁମାନେ ମୋଟାପା ଯୋଗୁଁ ଅଧିକ ଚିନ୍ତିତ ଅଛନ୍ତି ସେମାନଙ୍କ ଲାଗି ଗ୍ରୀନ ଟି ଅଧିକ ଉପାଦେୟ ହୋଇପାରେ। ଗ୍ରୀନ ଟି ଶରୀରରେ ମେଟାବୋଲିଜିମ୍ ବଢାଇବାରେ ସାହାଯ୍ୟ କରିଥାଏ।

ଗରମ ପାଣି

ପ୍ରତିଦିନ ସକାଳେ ଉଠି ଗୋଟେ ଗ୍ଲାସ ନଖ ଉଷୁମ ପାଣି ସହ ମହୁ ମିଶାଇ ପିଇଲେ ଏହା ଅନେକ ଉପକାରୀ ହୋଇଥାଏ। ଯଦି ମହୁର ସ୍ୱାଦ ଭଲ ନ ଲାଗୁଛି ତେବେ କେବଳ ଉଷୁମ ପାଣି ପିଇଲେ ବି ଉପକାର ପାଇପାରିବେ।

Comment