ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁକ୍ରବାରଠାରୁ ନେପାଳରେ ୨୦୦୦, ୫୦୦ ଓ ୨୦୦ ଟଙ୍କିଆ ଭାରତୀୟ ନୋଟ ଚଳିବ ନାହିଁ।

ଭାରତରେ ପ୍ରଚଳିତ ହେଉଥିବା ନୂଆ ନୋଟ ନେପାଳରେ ବେଆଇନ ଘୋଷିତ ହୋଇଛି। ଶୁକ୍ରବାର ଠାରୁ ନେପାଳରେ ଦୁଇ ହଜାର, ପାଞ୍ଚ ଶହ ଓ ଦୁଇ ସହ ନୋଟକୁ ବ୍ୟାନ୍‌ କରାଯାଇଛି। ନେପାଳରେ ଭାରତୀୟ ନୂଆ ନୋଟ ପ୍ରଚଳନ ଏବେ ବେଆଇନ ଘୋଷିତ ହୋଇଛି।

ନେପାଳର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଗୋକୁଳ ପ୍ରସାଦ ବାସ୍କୋଟା ଗୁରୁବାର ମଧ୍ୟ ରାତ୍ରିରେ ଏହି ଘୋଷଣା କରିଛନ୍ତି। ଏହାକୁ ନେଇ ଗୁରୁବାର ଏକ ବୈଠକ ବସିଥିଲା। ନେପାଳରେ ଆର୍ଥିକ ଅପରାଧ ଓ ହାୱାଲା କାରବାରରେ ରୋକ ଲଗାଇବାପାଇଁ ଏହି ନିଷ୍ପତି ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ବାସ୍କୋଟା କହିଛନ୍ତି।

“ଶୁକ୍ରବାର ଠାରୁ ନେପାଳରେ ୨୦୦୦, ୫୦୦ ଓ ୨୦୦ ଟଙ୍କିଆ ଭାରତୀୟ ନୋଟ ଚଳିବ ନାହିଁ। ଏହାର ପ୍ରଭାବ ନେପାଳର ପର୍ଯ୍ୟଟନ ଉଦ୍ୟୋଗ ଉପରେ ପଡିବ କିନ୍ତୁ ଦେଶହିତ ପାଇଁ ଏହି ନିଷ୍ପତି ଜରୁରୀ ଥିଲା”,ବାସ୍କୋଟା କହିଛନ୍ତି।

ବର୍ତ୍ତମାନ ଭାରତୀୟଙ୍କୁ ନେପାଳରେ ଭ୍ରମଣ ପାଇଁ ୧୦୦, ୫୦ କିମ୍ବା ଅନ୍ୟ ଛୋଟ ନେଟର ବ୍ୟବହାର କରିବାକୁ ପଡିବ। ଅଥବା ନେପାଳ ବର୍ଡରରେ ହିଁ ନୂଆ ଭାରତୀୟ ନୋଟକୁ ନେପାଳ ନୋଟରେ ବଦଳାଇବାକୁ ପଡ଼ିବ। ଶୁକ୍ରବାର ଠାରୁ ୨୦୦୦, ୫୦୦ ଓ ୨୦୦ ଟଙ୍କିଆ ଭାରତୀୟ ନୋଟକୁ ନେପାଳରେ ପାଖରେ ରଖିବା କିମ୍ବା ବ୍ୟବହାର କରିବା ବେଆଇନ ଘୋଷିତ ହୋଇଛି।

LEAVE A REPLY

Please enter your comment!
Please enter your name here