ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ୍ ଶୀଘ୍ର ୨୦୦ ଟଙ୍କିଆ ନୋଟ ବଜାରକୁ ଛାଡ଼ିବ। ଏନେଇ ଆଜି କେନ୍ଦ୍ରସରକାର ବିଜ୍ଞପ୍ତି ଜାରି କରିଛନ୍ତି।

ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ୍ ଶୀଘ୍ର ୨୦୦ ଟଙ୍କିଆ ନୋଟ ବଜାରକୁ ଛାଡ଼ିବ। ଏନେଇ ଆଜି କେନ୍ଦ୍ରସରକାର ବିଜ୍ଞପ୍ତି ଜାରି କରିଛନ୍ତି। ମନେପକାଇ ଦେଉଛୁ ଯେ ନିକଟରେ ହିଁ ବ୍ୟାଙ୍କ ୫୦ ଟଙ୍କିଆ ନୋଟ ଜାରି କରିଥିଲେ।

ଆସନ୍ତା ସେପ୍ଟେମ୍ବର ମାସ ଶେଷବେଳକୁ ଆରବିଆଇ ଏହି ୨୦୦ ଟଙ୍କିଆ ନୋଟ ପ୍ରଚଳନ କରିବାର ସମ୍ଭାବନା ରହିଛି। ପ୍ରଥମ ଥର ପାଇଁ ରିଜର୍ଭ ବ୍ୟାଙ୍କ ୨୦୦ ଟଙ୍କିଆ ନୋଟ ବଜାରକୁ ଆଣୁଛି। ଏବେ ୧୦୦ ଟଙ୍କା ଓ ୫୦୦ ଟଙ୍କା ମଧ୍ୟରେ ଆଉ କୌଣସି ନୋଟ ନାହିଁ। ୨୦୦ ଟଙ୍କିଆ ନୋଟ ଆସିଲେ ଲୋକ ଆଶ୍ୱସ୍ତ ହେବେ ବୋଲି ଅନୁମାନ କରାଯାଉଛି।

ଅଧିକାରୀଙ୍କ କହିବା କଥା ଯେ ୨୦୦ ଟଙ୍କିଆ ନୋଟ ଆସିଲେ ନଗଦ କାରବାର କରିବାକୁ ସୁବିଧା ହେବ। ଆହୁରି ମଧ୍ୟ ଛୋଟ ମୂଲ୍ୟର ନୋଟ ସଂଖ୍ୟା ବୃଦ୍ଧି ପାଇବା ଫଳରେ ୫୦୦ ଟଙ୍କିଆ ନୋଟ ଉପରେ ଚାପ କମିବ।

Tags: 200 Rupees, RBI, Reserve Bank, Reserve Bank of India, 50 Rupees, 200 Rupees Note, Central Govt., 500 Rupees Note, 500 Rupees, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment