ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଖୁବଶୀଘ୍ର ୫୦ ଟଙ୍କିଆ ନୂଆ ନୋଟ୍ ଜାରି କରିବ। ଏହି ନୋଟରେ ଓଡ଼ିଆ ପୁଅ ଅର୍ଥାତ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦସ୍ତଖତ ରହିବ। ରିଜର୍ଭ ବ୍ୟାଙ୍କ ଏହି ନୋଟର ଡିଜାଇନ ମହାତ୍ମା ଗାନ୍ଧିଙ୍କ ନୂଆ ସିରିଜ ଯୁକ୍ତ ୫୦ଟଙ୍କିଆ ନୋଟ୍ ସହିତ ସମାନ ରଖିଛନ୍ତି।

ପୂର୍ବରୁ ପ୍ରଚଳିତ ୫୦ ଟଙ୍କିଆ ନୋଟ୍ ମଧ୍ୟ ଚାଲୁ ରହିବ। ନୂଆ ନୋଟ୍ ଆସିଲେ ମଧ୍ୟ ଲୋକେ ପୁରୁଣା ନୋଟକୁ ନେଇ କୌଣସି ଚିନ୍ତିତ ହେବାର ଆବଶ୍ୟକ ନାହିଁ ବୋଲି ଆର୍‌ବିଆଇ ପକ୍ଷରୁ କୁହାଯାଇଛି।

୨୦୧୮ ଅଗଷ୍ଟ ୨୮ ତାରିଖରେ ଆରବିଆଇ ନୂଆ ନୋଟ୍ ଜାରି କରିବା ନେଇ ଘୋଷଣା କରିଥିଲା। ଏହି ୫୦ ଟଙ୍କିଆ ନୂଆ ନୋଟ୍ ଫ୍ଲୋରିସେଣ୍ଟ  ନୀଳ ରଙ୍ଗର ଥିଲା। ଏହାର ପଛ ପାଶ୍ୱର୍ରେ ରଥ ସହିତ ହମ୍ପିଙ୍ଗ ମନ୍ଦିର ଛବି ଥିଲା। ନୋଟ୍‌ବନ୍ଦି ପରେ ୨୦୧୬ ନଭେମ୍ବର ୮ରେ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍ ଜାରି କରିବା ପରେ ଏହା ପ୍ରଥମ ନୂଆ ନୋଟ୍ ଥିଲା ଯାହାକୁ ଆରବିଆଇ ଅଧିକାରୀ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here