ଓଡ଼ିଶାଲାଇଭ୍‌ ବ୍ୟୁରୋ

ହକି ବିଶ୍ୱକପ୍‌ର ଉଦଯାପନୀ ଉତ୍ସବରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଯୋଗଦେବେ।

ଶେଷ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ ୨୦୧୮। ଡିସେମ୍ବର ୧୬ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ। ଉଦଯାପନୀ ଉତ୍ସବରେ କିକ୍ରେଟ ସମ୍ରାଟ ସଚିନ ତେନ୍ଦୁଲକର ଯୋଗଦେବେ ବୋଲି ଶନିବାର ଟୁଇଟକରି ଜଣାଇଛନ୍ତି। ହକି ବିଶ୍ୱକପ୍‌ ପାଇଁ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱସ୍ତରୀୟ ଆୟୋଜନ କରାଯାଇଛି ବୋଲି ସଚିନ ଟୁଇଟରେ କହିଛନ୍ତି।

ସଚିନଙ୍କୁ ଦେଖିବାପାଇଁ ଦର୍ଶକ ତଥା କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଲାଣି। କଳିଙ୍ଗ ଷ୍ଟାଡିୟମରେ ଉଦଯାପନୀ ଉତ୍ସବକୁ ଦେଖିବାପାଇଁ ଟିକେଟ କାଉଣ୍ଟରରେ ମଧ୍ୟ ଭିଡ଼ ଦେଖିବାକୁ ମିଳୁଛି।

ହକି ବିଶ୍ୱକପରେ ଶନିବାର ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ପ୍ରଥମ ସେମିଫାଇନାଲ ମ୍ୟାଚ ଅପରାହ୍ନ ୪ଟାରେ ବେଲଜିୟମ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଏବଂ ନେଦରଲାଣ୍ଡ।

ହକି ବିଶ୍ୱକପ୍‌ର ଉଦଘାଟନୀ ଉତ୍ସବରେ ଶାହରୁଖ୍‌, ସଲମାନ, ମାଧୁରୀଙ୍କ ଭଳି ବଲିଉଡ କଳାକାର ଯୋଗଦେଇଥିଲେ। ବର୍ତ୍ତମାନ ଉଦଯାପନୀ ଉତ୍ସବରେ ସଚିନ ତେନ୍ଦୁଲକରଙ୍କୁ ଦେଖିବାପାଇଁ ଦର୍ଶକମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି।

Comment