ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ବିଭିନ୍ନ ଗାଁରେ ପୁଣି କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି। ଗାଁରେ ପୁଣିଥରେ ବାର୍ଡଫ୍ଲୁ ଚିହ୍ନଟ ହେଉଥିବାରୁ ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅଛନ୍ତି।

ରାମଲେଙ୍କା ଗାଁର ଏକ କୁକୁଡ଼ା ଫାର୍ମରେ କୁକୁଡ଼ାମରା ଅଭିଯାନ ଆରମ୍ଭ ହୋଇଛି। ସଂଙ୍କ୍ରମିତ କୁକୁଡ଼ାଙ୍କୁ ମରା ଯିବା ପରେ ଗାତ ଖୋଳି ପୋତୁଛନ୍ତି ୫ଜଣିଆ ଟିମ୍। ପୁର୍ବରୁ ମଧ୍ୟ ଉକ୍ତ ଗାଁରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିଲା। ଟିମ୍ ସଜାଗ ଅଛି ତେଣୁ ଭୟଭୀତ ହେବାର କୌଣସି କାରଣ ନଥିବା ପଶୁ ସମ୍ପଦ ବିଭାଗ ତରଫରୁ ପୂର୍ବରୁ କୁହାଯାଇଛି।

Comment