ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବ ପ୍ରଶାସନିକ ଅଧିକାରୀ ତଥା ନିକଟରେ ବିଜେପିରେ ଯୋଗ ଦେଇଥିବା ଅପରାଜିତା ଷଡଙ୍ଗୀ ଦଳୀୟ କର୍ମୀ ମାନଙ୍କୁ ରୋକଠୋକ୍ କିଛି କଥା ଶୁଣାଇଛନ୍ତି। ଯାହା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

ଏକ ଦଳୀୟ କର୍ମୀ ସମ୍ମିଳନୀଙ୍କୁ ସମ୍ବୋଧନ କରି ଅପରାଜିତା କହିଛନ୍ତି,” ଯଦି କେହି କୌଣସି ନେତା ଓ ଗୋଷ୍ଠୀଙ୍କ ଅନୁଗତ ହୋଇ ରହିବାକୁ ଚାହୁଁଛ ତେବେ ସେମାନେ ଦଳ ଛାଡ଼ି ଚାଲିଯାଆନ୍ତୁ। ବାରମ୍ବାର ଆମେ ହାରି ଯାଉଛେ ଏଇଟା ଲାଜ ଲାଗୁନି? ଆମେ କେମିତି ଜିତିବା ତାହା ଦେଖିବାର କଥା। ନା କି’ ଏ ତାର ଲୋକ ତାର ଲୋକ ହେବା। ଆମେ ସମସ୍ତେ ଭାରତୀୟ ଜନତା ପାର୍ଟିର ଲୋକେ”।

ଏହା ସହିତ ଅପରାଜିତା ଆହୁରି କହିଛନ୍ତି,”ମୋର ଭାରତୀୟ ଜନତା ପାର୍ଟିରେ କେହି ଲୋକ ନାହାନ୍ତି। କେନ୍ଦ୍ରରେ କାମ କରୁଥିବା ବେଳେ ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ପ୍ରେରଣା ପାଇଛି। ମୁଁ କୌଣସି ଦଳ କି ଗ୍ରୁପର ନୁହଁ ମୁଁ ଭାରତୀୟ ଜନତା ପାର୍ଟିର। ମୁଁ ନିଷ୍ଠା ଓ କର୍ତ୍ତବ୍ୟର ସହ ଦଳ ପାଇଁ କାମ କରିବି”।

ଅପରାଜିତାଙ୍କ ଏପରି କଡା ବୟାନ ପରେ ବୁଦ୍ଧିଜୀବୀ ମହଲରେ ମଧ୍ୟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି।

Comment