ଓଡ଼ିଶାଲାଇଭ୍ ବ୍ୟୁରୋ

rbi

ମୋରାଟୋରିୟମ ଅବଧି ୨ ବର୍ଷ ପର୍ଯ୍ୟନ୍ତ ବଢ଼ାଯାଇପାରିବ। ରିଜର୍ଭ ବ୍ୟାଙ୍କିଂ ସର୍କୁଲାର ଅନୁସାରେ ଏହାକୁ ୨ ବର୍ଷ ପର୍ଯ୍ୟନ୍ତ ବଢ଼ାଯାଇପାରିବ ବୋଲି ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର ଜଣାଇଛନ୍ତି। ତେବେ ସୁଧ ଉପରେ ସୁଧ ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କ ଓ ବ୍ୟାଙ୍କର୍ସ ଆସୋସିଏସନକୁ ମିଳିତ ଭାବେ ନିଷ୍ପତ୍ତି ନେବାକୁ ଅନୁମତି ଦିଆଯାଉ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ତେବେ ଜିଡିପିରେ ୨୩ ପ୍ରତିଶତ ହ୍ରାସ ଘଟିଥିବା ବେଳେ ଅର୍ଥନୀତିକୁ ନେଇ ଅନେକ ସମସ୍ୟା ରହିଛି।

BGU

ତେଣୁ କେନ୍ଦ୍ର, ଆରବିଆଇ ଓ ବ୍ୟାଙ୍କର୍ସ ଆସୋସିଏସନ ମିଳିତ ଭାବେ ନିଷ୍ପତ୍ତି ନେବାକୁ ଅନୁମତି ଦେବା ପାଇଁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ। ତେବେ ଏ ସମ୍ପର୍କିତ ସତ୍ୟପାଠ ଦାଖଲ ହୋଇ ନଥିବାରୁ ମାମଲାର ପରବର୍ତ୍ତୀ ଶୁଣାଣୀକୁ ଆସନ୍ତାକାଲି ଯାଏ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ। ଗତ ସପ୍ତାହରେ ମୋରାଟୋରିୟମ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଥିଲେ ସୁପ୍ରିକୋର୍ଟ। ସୁଧ ଉପରେ ସୁଧ ଛାଡ଼ ଓ ମୋରାଟୋରିୟମ ପ୍ରସଙ୍ଗରେ କେନ୍ଦ୍ରର ଆଭିମୁଖ୍ୟ କଣ ବୋଲି ସୁପ୍ରିମକୋର୍ଟ ପଚାରିଥିଲେ। ଏହା ସହିତ କହିଥିଲେ, ଯେ ରିଜର୍ଭ ବ୍ୟାଙ୍କ ଆଢୁଆଳରେ କେନ୍ଦ୍ର ସରକାର ନିଜକୁ ଲୁଚାଇ ପାରିବେନାହିଁ।

Comment