ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦ ଇନଷ୍ଟିଚ୍ୟୁଟ୍‌ ଅଫ୍‌ କଷ୍ଟ୍‌ ଆକାଉଣ୍ଟସ୍‌ ଅଫ୍‌ ଇଣ୍ଡିଆ ତରଫରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଟ୍ୟାକ୍ସ ସମ୍ପର୍କୀତ ୩ ଦିନିଆ ଜାତୀୟ ସ୍ତରୀୟ ସେମିନାର। ଏହା ଇନଷ୍ଟିଚ୍ୟୁଟ୍‌ର ଟ୍ୟାକ୍ସ ରିସର୍ଚ୍ଚ ବିଭାଗ ଏବଂ ଭୁବନେଶ୍ୱର ଚ୍ୟାପ୍‌ଟର ପକ୍ଷରୁ ଆୟୋଜନ କରାଯାଉଛି।

ଶୁକ୍ରବାର ଏହା ଆରମ୍ଭ ହୋଇଛି। ରାଜ୍ୟପାଳ ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଜାତୀୟ ସ୍ତରୀୟ ସେମିନାରକୁ ଉଦ୍‌ଘାଟନ କରିଛନ୍ତି।

“ଦେଶର ସମସ୍ତ ନାଗରିକଙ୍କୁ ଆୟକର ପୈଠ କରିବା ଉତିତ। ଏହା ମାଧ୍ୟମରେ ସରକାର ଦେଶରେ ଗ୍ରାମାଞ୍ଚଳରେ କୃଷକମାନଙ୍କ ଉନ୍ନତି ଭଳି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିପାରିବେ। ସେଥିପାଇଁ ଆୟକର ପୈଠ କରିବା ଆବଶ୍ୟକ”, ରାଜ୍ୟପାଳ ଗଣେଶୀ ଲାଲ୍ ନିଜ ବକ୍ତବ୍ୟରେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଆଇସିଏଆଇ ସଭାପତି ସିଏମଏ ଅମିତ ଆନନ୍ଦ ଆପ୍ତେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ। ସିଏମଏ ଶିବ ପ୍ରସାଦ ପାଢ଼ୀ ଏହାର ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ସିଏମଏ ନିରଞ୍ଜନ ମିଶ୍ର, ସିଏମଏ ସି ଭେଙ୍କଟରମଣ, ସିଏମଏ ସଞ୍ଜୟ ଗୁପ୍ତା, ସିଏମଏ ଦାମୋଦର ମିଶ୍ର ପ୍ରମୁଖ ଏହି ଉପସ୍ଥିତ ଥିଲେ।

ଏହି କର୍ମଶାଳାରେ ୩ ଦିନ ଧରି ଅଲଗା ଅଲଗା ବିଷୟରେ ଆଲୋଚନା କରାଯିବ। ଟ୍ୟାକ୍ସ ବାବଦରେ ଅନେକ କିଛି ଉପାଦେୟ ତଥ୍ୟ ଲୋକମାନେ ଏହି ସେମିନାର ମାଧ୍ୟମରେ ଜାଣିପାରିବେ। ଏକ୍ସପର୍ଟମାନେ ଉପସ୍ଥିତ ରହି ଟ୍ୟାକ୍ସ କ’ଣ ଓ ଏହା ଆମ ଅର୍ଥନୀତି ଉପରେ କିପରି ପ୍ରଭାବ ପକାଇଥାଏ ସେ ବାବଦରେ କହିବେ।

ଓଡ଼ିଶାଲାଇଭ୍‌ ଏହି ୩ଦିନିଆ ଜାତୀୟ କର୍ମଶାଳାର  ଡିଜିଟାଲ ମିଡିଆ ପାର୍ଟନର ଭାବେ ସାମିଲ ହୋଇଛି। ଆପଣ ଏହି କର୍ମଶାଳାର ଉଦ୍‌ଘାଟନୀ ସମାରୋହର ଲାଇଭ୍‌ ଷ୍ଟ୍ରିମିଂ ଓଡ଼ିଶାଲାଇଭ୍‌ ଡିଜିଟାଲ ମିଡିଆରେ ଦେଖିପାରିବେ।

Comment