ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୮ରେ ବେଶ୍‌ କେତେଜଣ ନବାଗତା ନାୟିକା ବଲିଉଡ ପରଦାରେ ଡେବ୍ୟୁ କରିଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ, ଯେଉଁମାନେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି।

ଜାହ୍ନବୀ କପୁର:-

ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀ ଓ ଲୋକପ୍ରିୟ ନିର୍ମାତା ବୋନି କପୁରଙ୍କ ବଡ଼ ଝିଅ ଜାହ୍ନବୀ କପୁରଙ୍କ ଡେବ୍ୟୁ ସିନେମା ‘ଧଡ଼କ୍‌’ ରିଲିଜ୍‌ ହୋଇଥିଲା ୨୦୧୮ରେ। ଏଥିରେ ସେ ଇଶାନ୍‌ ଖଟ୍ଟରଙ୍କ ଅପୋଜିଟ୍‌ରେ ନଜର ଆସିଥିଲେ। ଏହି ଫିଲ୍ମଟି ସୁପରହିଟ୍‌ ମଧ୍ୟ ହୋଇଥିଲା।

ସାରା ଅଲ୍ଲୀ ଖାନ୍‌:- ବଲିଉଡ ଷ୍ଟାର ସୈଫ୍‌ ଅଲ୍ଲୀ ଖାନ୍ ଓ ପୁରୁଣା ଦିନର ନାୟିକା ଅମ୍ରିତା ସିଂହଙ୍କ ଝିଅ ସାରା ଅଲ୍ଲୀ ଖାନ୍‌ଙ୍କୁ ଦର୍ଶକ ଏ ବର୍ଷ ପ୍ରଥମେ ‘କେଦାରନାଥ୍‌’ରେ ଦେଖିବାକୁ ପାଇଛନ୍ତି। ଏଥିରେ ସୁଶାନ୍ତ ସିଂହ ରାଜପୁତଙ୍କ ବିପକ୍ଷରେ ନଜର ଆସିଛନ୍ତି ସାରା। ପ୍ରଥମ ସିନେମାରେ ଦମ୍‌ଦାର ଅଭିନୟ କରିଛନ୍ତି ସାରା। ତାଙ୍କର ଅନ୍ୟ ଏକ ସିନେମା ‘ସିମ୍ବା’ ବି ୨୦୧୮ରେ ରିଲିଜ୍‌ ହେଉଛି। ଏଥିରେ ସାରାଙ୍କ ନାୟକ ହେଲେ ରଣବୀର ସିଂହ।

ବନିତା ସାନ୍ଧୁ:- ୨୦୧୮ର ଏକ ଚର୍ଚ୍ଚିତ ସିନେମା ହେଲା ଅକ୍ଟୋବର’। ଏଥିରେ ବଲିଉଡର ହାର୍ଟଥ୍ରୋବ ବରୁଣ ଧୱନଙ୍କ ବିପକ୍ଷରେ ନଜର ଆସିଥିବା ନାୟିକା ଜଣକ ବି ଜଣେ ନବାଗତା। ଏହି ନବାଗତାଙ୍କ ନାଆଁ ହେଲା ବନିତା ସାନ୍ଧୁ।

ମୌନି ରୟ:- ଛୋଟ ପରଦାର ନାମୀ ନାୟିକା ମୌନି ରୟ ୨୦୧୮ରେ ରିଲିଜ୍‌ ହୋଇଥିବା ସୁପରହିଟ୍ ଫିଲ୍ମ ‘ଗୋଲ୍ଡ’ରେ ଅକ୍ଷୟ କୁମାରଙ୍କ ବିପକ୍ଷରେ ନାୟିକା ଭୂମିକା କରିଛନ୍ତି। ମୌନୀଙ୍କ ଆଗାମୀ ଫିଲ୍ମ ମଧ୍ୟରେ ରହିଛି ରଣବୀର କପୁର- ଆଲିଆ ଭଟ୍ଟ ଷ୍ଟାରର ‘ବ୍ରହ୍ମାସ୍ତ୍ର’।

ରାଧିକା ମଦାନ୍‌:- ପ୍ରଖ୍ୟାତ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କ ସିନେମା ‘ପଟାଖା’ରେ ଦର୍ଶକ ଜଣେ ଟେଲି ତାରକାଙ୍କୁ ବଡ଼ ପରଦାରେ ପ୍ରଥମ ଥର ପାଇଁ ଦେଖିବାକୁ ପାଇଛନ୍ତି। ଏହି ନବାଗତା ନାୟିକା ଜଣକ ହେଲେ ରାଧିକା ମନାନ୍। ରାଧିକାଙ୍କୁ ଟେଲିଭିଜନ ପରଦାରେ ‘ମେରି ଆଶିକି ତୁମ୍‌ ସେ ହି’ରେ ଦେଖିବାକୁ ମିଳିଥିଲା।

ମିଥିଲା ପାଲକର:- ୱେବ ସିରିଜ୍‌ର ପୋଷ୍ଟର ଗାର୍ଲ ମିଥିଲା ପାଲକର ୨୦୧୮ରେ ରିଲିଜ୍‌ ହୋଇଥିବା ବଲିଉଡ ମୁଭି ‘କାରୱା’ରେ ଡେବ୍ୟୁ କରିଛନ୍ତି। ଏହି ସିନେମାରେ ଇରଫାନ୍‌ଙ୍କ ବିପକ୍ଷରେ ନଜର ଆସିଛନ୍ତି ମିଥିଲା।

ୱାରିନା ହୁସେନ୍‌:- ବଲିଉଡର ସୁପରଷ୍ଟାର ସଲମାନ୍ ଖାନ୍‌ ୨୦୧୮ ଜଣେ ନୂଆ ନାୟିକାଙ୍କୁ ଉପହାର ଦେଇଛନ୍ତି ଦର୍ଶକମାନଙ୍କୁ। ତାଙ୍କ ନାଆଁ ହେଲା ଓ୍ବାରିନା ହୁସେନ୍‌। ଆଫଗାନିସ୍ତାନର କାବୁଲ୍‌ଠାରେ ଜନ୍ମିତା ଓ୍ବାରିନା ସଲମାନ୍‌ ଖାନ୍‌ ପ୍ରଡକ୍ସନ୍ସର ଫିଲ୍ମ ‘ଲଭୟାତ୍ରି’ରେ ସଲମାନ ଖାନଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିଛନ୍ତି। ‘ଲଭୟାତ୍ରି’ ଫିଲ୍ମ ପାଇଁ ସେ ଚର୍ଚ୍ଚାରେ ରହିଛନ୍ତି।

ଖୁସି ରାଜପୁତ:- ୨୦୧୮ର ଏକ ଚର୍ଚ୍ଚିତ ସିନେମା ‘ବାଜ୍‌ରା ଭର୍ସେସ୍‌ ବଟର’ରେ ଖୁସି ରାଜପୁତ ନାମକ ଜଣେ ନବାଗତାଙ୍କୁ ଦେଖିବାକୁ ପାଇଥିଲେ।

ଜେନିଫର୍‌ ଉଇଙ୍ଗେଟ୍‌:- କସୌଟି ଜିନ୍ଦେଗି କେ, ଦିଲ୍ ମିଲଗୟୀ, ସରସ୍ୱତୀ ଚନ୍ଦ୍ର ଓ ବେହଦ୍‌ ଭଳି ଲୋକପ୍ରିୟ ମେଗା ଧାରାବାହିକର ନାୟିକା ଜେନିଫର୍‌ ଉଇଙ୍ଗେଟ୍ ଚଳିତବର୍ଷ ରିଲିଜ୍‌ ହୋଇଥିବା ଫିଲ୍ମ ‘ଫିର୍‌ ସେ’ ଜରିଆରେ ଡେବ୍ୟୁ କରିଛନ୍ତି।

Comment