ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନ୍ତର୍ଜାତୀୟ ଗଲ୍‌ଫ ଖେଳାଳି ଜ୍ୟୋତି ରାନ୍ଧାୱାଙ୍କୁ ଉତ୍ତର ପ୍ରଦେଶର ବନ ବିଭାଗ ଗିରଫ କରିଛି। ଜଙ୍ଗଳରେ ଶିକାର କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ପୋଲିସ କହିବାନୁଯାୟୀ, ରାନ୍ଧାୱା ଏବଂ ତାଙ୍କ ସାଥି ମହେଶ ବିଜଦାରଙ୍କୁ ଉତ୍ତର ପ୍ରଶେର ମୋତିପୁର ରେଞ୍ଜ ଅନ୍ତର୍ଗତ କର୍ତନିଆଘାଟରୁ ଗିରଫ କରାଯାଇଛି। ରାନ୍ଧାୱାଙ୍କଠାରୁ ୨.୨ ରାଇଫଲ ଜବତ କରାଯାଇଛି। ଏହାସହ ବନ୍ୟଜନ୍ତୁଙ୍କ କିଛି ଅବଶେଷକୁ ମଧ୍ୟ ଜବତ କରାଯାଇଛି।

ରାନ୍ଧାୱାଙ୍କ ଗାଡ଼ିରୁ ଏକ ବାର୍‌ହାର ଚମଡ଼ା ମଧ୍ୟ ଜବତ ହୋଇଛି।

ଜ୍ୟୋତି ରାନ୍ଧାୱା ଜଣେ ଅନ୍ତର୍ଜାତୀୟ ଗଲ୍‌ଫ ଖେଳାଳି। ସେ ୨୦୦୪ରୁ ୨୦୦୯ ମଧ୍ୟରେ ବହୁଥର ବିଶ୍ୱ ଗଲ୍‌ଫ ରାଙ୍କିଙ୍ଗ୍‌ରେ ୧୦୦ତମ ସ୍ଥାନ ଅକ୍ତିଆର କରିଆସିଛନ୍ତି।

Comment