ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ଆଜି ସୁପରଷ୍ଟାର ସଲମାନ ଖାନ୍‌ଙ୍କ ବର୍ଥ ଡ଼େ। ଭାଇଜାନ ବିଳମ୍ବିତ ରାତିରେ ନିଜର କିଛି ଘନିଷ୍ଠ ବନ୍ଧୁ ଓ ଫ୍ୟାମିଲି ସହିତ ନିଜ ଜନ୍ମଦିନ ପାଳନ କରିଛନ୍ତି। ସଲମାନ ନିଜ ୫୩ତମ ଜନ୍ମଦିନ ପାଳନ କରିଛନ୍ତି। ନିଜ ଜନ୍ମ ଦିନ ସେଲିବ୍ରେଟ କରୁଥିବାର ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।

ସଲମାନଙ୍କ ପରିବାର ଖ୍ରୀଷ୍ଟମାସ୍‌ ରାତିରୁ ହିଁ ଜନ୍ମଦିନ ପାଳନ କରିବା ଆରମ୍ଭ କରିଦେଇଥିଲେ। ସଲମାନଙ୍କ କୋ-ଷ୍ଟାର୍‌ ତଥା ଭଲ ସାଙ୍ଗ ସୁସ୍ମିତା ସେନ୍‌ ବର୍ଥ ଡେ ସେଲିବ୍ରେସନର ଏକ ଭିଡ଼ିଓ ତାଙ୍କ ଇନଷ୍ଟାଗ୍ରାମ୍‌ ପେଜରେ ଶେୟାର କରିଛନ୍ତି। ଏହି ଭିଡ଼ିଓରେ ସଲମାନ ଓ ସୁସ୍ମିତା ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।

 ସଲମାନଙ୍କ ଜନ୍ମଦିନରେ ତାଙ୍କ ଫ୍ୟାନ ମାନେ ଭିନ୍ନ ଭିନ୍ନ ଢଙ୍ଗରେ ବର୍ଥ ଡେରେ ଶୁଭେଛା ଜଣାଉଛନ୍ତି। ଜନ୍ମଦିନ ସେଲିବ୍ରେସନରେ ଅରବାଜ୍ ଖାନ୍, ଭଉଣୀ ଅର୍ପିତା ଖାନ୍‌ ଶର୍ମା, ବାପା ସଲୀମ୍ ଖାନ୍‌, ଅନିଲ କପୁର, କ୍ୟାଟ୍ରିନା କୈଫଙ୍କ ସହ ଆଉ କିଛି ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ।

Comment