ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିସେମ୍ବର ୨୮ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ୧୭ଦିନ ଧରି ଭୁବନେଶ୍ୱର ଜନତା ମଇଦାନଠାରେ ଚାଲିବ ତୋଷାଳି ମେଳା – ୨୦୧୮

ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ୧୩ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୧୮। ଡିସେମ୍ବର ୨୮ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ୧୭ଦିନ ଧରି ଭୁବନେଶ୍ୱର ଜନତା ମଇଦାନଠାରେ ଏହା ଚାଲିବ।

ଚଳିତବର୍ଷ ଏହି ମେଳାରେ ୩୮୦ଟି ଷ୍ଟଲ୍ ଖୋଲାଯିବ। ଓଡ଼ିଶା ସମେତ ୨୫ଟି ରାଜ୍ୟର ୩୫୦ରୁ ଅଧିକ ବୁଣାକାର ଓ କାରିଗର ତୋଷାଳି ମେଳାରେ ଭାଗନେବେ।

ଓଡ଼ିଶା ସରକାରଙ୍କ ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ଏହା ଆୟୋଜନ କରାଯାଇଛି। ଏଥିପାଇଁ କେନ୍ଦ୍ର ହସ୍ତତନ୍ତ୍ର ଆୟୁକ୍ତଙ୍କ ତରଫରୁ ୧୦ଲକ୍ଷଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଇଛି।

ପ୍ରତିବର୍ଷ ତୋଷାଳି ମେଳାକୁ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଦର୍ଶକ ବୁଲି ଆସନ୍ତି। ଚଳିତବର୍ଷ ପ୍ରଥମଥର ପାଇଁ ଭୁବନେଶ୍ୱରର ପ୍ରମୁଖ ହୋଟେଲ ଏଠାରେ ଷ୍ଟଲ୍‌ ପକାଉଛନ୍ତି। ତେଣୁ ଓଡ଼ିଶା ତଥା ରାଜ୍ୟ ବାହାରର ପାରମ୍ପରିକ ଖାଦ୍ୟର ମଜା ଉଠାଇପାରିବେ ଦର୍ଶକ।

Comment