ଓଡ଼ିଶାଲାଇଭ୍ ବ୍ୟୁରୋ

ସାଉଥ୍ ଫିଲ୍ମର ଖ୍ୟାତନାମା ଅଭିନେତ୍ରୀ ତଥା ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ୍‌ ନିର୍ମିତ ହେବାକୁ ଯାଉଛି। ଏହି ଫିଲ୍ମକୁ ନେଇ ଦୀର୍ଘଦିନରୁ ଚର୍ଚ୍ଚା ଲାଗି ରହିଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଏଏଲ ବିଜୟ। ଏହି ଫିଲ୍ମରେ ଜୟଲଳିତାଙ୍କ ଭୂମିକାରେ ଅଭିନୟ କରିବେ ଅଭିନେତ୍ରୀ ନିତ୍ୟା ମେନନ୍।

ଜୟଲଳିତାଙ୍କ ଖାସ୍‌ ଲୋକ ଶଶିକଳାଙ୍କ ଭୂମିକାରେ କେଉଁ ଅଭିନେତ୍ରୀ ଅଭିନୟ କରିବେ ସେନେଇ ଖୁଲାସା ହୋଇଛି। ତାମିଲ ଅଭିନେତ୍ରୀ ସାଇ ପଲ୍ଲବୀ ଶଶିକଳାଙ୍କ ଚରିତ୍ରରେ ନଜର ଆସିବେ।

ଜୟଲଳିତା ୧୯୪୮ ମସିହା ଫେବୃଆରୀ ୨୪ ତାରିଖରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ସେ ଅଭିନୟ ଜଗତରେ ବେଶ୍ ସୁନାମ ଅର୍ଜନ କରିଥିଲେ।

୧୯୯୧ ମସିହାରେ ସେ ପ୍ରଥମ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ରାଜନୀତିରେ ତାଙ୍କର ବେଶ୍ ଭଲ ଅଭିଜ୍ଞତା ରହିଥିଲା ଯେଉଁଥିପାଇଁ ସେ ତିନି ତିନି ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ।

୨୦୧୬ ଡିସେମ୍ବର ୫ରେ ତାଙ୍କର ମୃତ୍ୟୁ ଘଟିଥିଲା। ଖୁବ୍‌ଶୀଘ୍ର ତାଙ୍କ ଜୀବନକୁ ନେଇ ହୋଇଥିବା ଫିଲ୍ମକୁ ଦେଖିବାକୁ ପାଇବେ ଦର୍ଶକ।

Comment