ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍‌ ବ୍ୟୁରୋ

ଆସନ୍ତୁ ଜାଣିବା ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’କୁ ନେଇ କେଉଁ କେଉଁ ବିବାଦ ମୁଣ୍ଡ ଟେକିଛି।

ବଲିଉଡ ଅଭିନେତା ଅନୁପମ ଖେର୍‌ଙ୍କ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ର ଟ୍ରେଲର ରିଲିଜ ପରେ ବିବାଦରେ ଛନ୍ଦି ହୋଇଛି ଏହି ଫିଲ୍ମ। ଫିଲ୍ମଟି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ କାର୍ଯ୍ୟକାଳ ଉପରେ ଆଧାରିତ। ଟ୍ରେଲର ଦେଖିବା ପରେ ମହାରାଷ୍ଟ୍ର ତଥା ଦେଶର ବହୁ କଂଗ୍ରେସର ନେତା ପିଲ୍ମ ରିଲିଜ୍‌କୁ ବିରୋଧ କରିଛନ୍ତି।

ଅନ୍ୟପଟେରେ  ଟ୍ରେଲର ଦେଖିବା ପରେ ଡକ୍ଟର ମନମୋହନ ସିଂହ ମିଡିଆ ସାମ୍ନାରେ କିଛି କହିବାକୁ ମନାକରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ମିଡିଆ ଉପଦେଷ୍ଟା ତଥା ଲେଖକ ସଂଜୟ ବାରୁଙ୍କ ଲିଖିତ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ବହିକୁ ଆଧାର କରି ଏହି ଫିଲ୍ମ ନିର୍ମାଣ କରାଯାଇଛି। ଏହି ରାଜନୈତିକ ଫିଲ୍ମର ରିଲିଜ୍‌କୁ ନେଇ ଦେଶରେ ରାଜନୀତି ଆରମ୍ଭ ହେଲାଣି।

ଆସନ୍ତୁ ଜାଣିବା ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ନେଇ କେଉଁ କେଉଁ ବିବାଦ ମୁଣ୍ଡ ଟେକିଛି

ୟୁପିଏର କାର୍ଯ୍ୟକାଳକୁ ନେଇ ବିବାଦ

ଡକ୍ଟର ମନମୋହନ ସିଂହ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଭାରତରେ ପ୍ରଧାନମନ୍ତ୍ରୀ ଆସନ ସମ୍ଭାଳିଥିଲେ। ନିଜ କାର୍ଯ୍ୟକାଳ ସମୟରେ ବିରୋଧି ଦଳ ତାଙ୍କୁ ରିମୋଟ କଣ୍ଟ୍ରୋଲ ପ୍ରଧାନମନ୍ତ୍ରୀ ବୋଲି କହୁଥିଲେ। କାରଣ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ କହିବା ଅନୁସାରେ ସେ କାମ କରୁଥିଲେ। ସେଥିପାଇଁ ବିପକ୍ଷ ଦଳମାନେ ଏହି ଫିଲ୍ମକୁ ଦେଖିବାପାଇଁ ଉତ୍ସାହିତ ଅଛନ୍ତି।

ଆରମ୍ଭରୁ ବିବାଦରେ ଥିଲା ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ର ପୁସ୍ତକ

ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ସଂଜୟ ବାରୁଙ୍କ ଲିଖିତ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ପୁସ୍ତକ ଉପରେ ଆଧାରିତ। ଏହି ପୁସ୍ତକ ରିଲିଜ୍‌ ସମୟରେ ବହୁ ବବାଦର ଶିକାର ହୋଇଥିଲେ ସଂଜୟ ବାରୁ। ବିପକ୍ଷ ପାର୍ଟି ଏହି ପୁସ୍ତକକୁ ନେଇ କଂଗ୍ରେସକୁ ବହୁ ସମାଲୋଚନା କରିଥିଲେ। ବର୍ତ୍ତମାନ ଫିଲ୍ମକୁ ନେଇ ଦେଶରେ ବଡ଼ ଧରଣର ବିବାଦ ମୁଣ୍ଡ ଟେକିବାରେ ଲାଗିଛି।

ସୋନିଆ ଗାନ୍ଧିଙ୍କ ଛବିକୁ ନେଇ ବିବାଦ

ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ରେ ସୋନଆ ଗାନ୍ଧିଙ୍କ ଛବିକୁ ଭୁଲ ଭାବେ ଦର୍ଶାଯାଇଛି ବୋଲି କଂଗ୍ରେସ ନେତାମାନେ ଅଭିଯୋଗ ଆଣିଛନ୍ତି। କଂଗ୍ରେସ ନେତାମାନଙ୍କୁ ଏହା ପସନ୍ଦ ଆସୁ ନଥିବାବେଳେ ଆଗକୁ ଥିବା ଲୋକସଭା ନିର୍ବାଚନରେ ବିପକ୍ଷ ଦଳପାଇଁ ଏହା ଏକ ବଡ଼ ମୁଦ୍ଦା ହେବ ବୋଲି ଆଶା କରାଯାଉଛି।

ତଥ୍ୟକୁ ଠିକ୍‌ ରୂପେ ଦର୍ଶାନଯିବା ନେଇ ବିବାଦ

‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ଫିଲ୍ମରେ ତଥ୍ୟକୁ ଠିକ୍‌ ରୂପେ ଦର୍ଶା ଯାଉନାହିଁ ବୋଲି ମହାରାଷ୍ଟ୍ର ୟୁଥ୍‌ କଂଗ୍ରେସ ଅଭିଯୋଗ ଆଣିଛି। ରିଲିଜ୍‌ ପୂର୍ବରୁ ଫିଲ୍ମକୁ ଦେଖିବା ଓ  ଭୁଲ ତଥ୍ୟକୁ ହଟାଇବା ପାଇଁ ୟୁଥ୍‌ କଂଗ୍ରେସ ଦାବି କରିଛି।

ଦେଶର କଂଗ୍ରେସ ଶାସିତ ରାଜ୍ୟ ତଥା ବିଜେପି ଅଣଶାସିତ ରାଜ୍ୟମାନଙ୍କରେ ଫିଲ୍ମ ବ୍ୟାନ ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତା ଜାନୁଆରୀ ୧୧ରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି।

Comment