ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ ବହୁ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଧାରାରେ ସାମିଲ ହୋଇଛନ୍ତି ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ସୁନିତା ଲାକ୍ରା।
ଓଡ଼ିଶା ପୋଲିସରେ କାର୍ଯ୍ୟରତ ସୁମନ ଦୀପକ ଟପ୍ପୋଙ୍କ ସହିତ ସୁନିତା ଲାକ୍ରାଙ୍କର ବିବାହ ଅନୁଷ୍ଠିତ ହୋଇଛି। ଶୁକ୍ରବାର ରାଜଗାଙ୍ଗପୁର କେଶ୍ରାମାଲ ସେଣ୍ଟ ଫ୍ରାନ୍ସିସ ଜାଭିଅର ଚର୍ଚ୍ଚରେ ତାଙ୍କ ବିବାହ ହୋଇଛି।
ଏହି ବିବାହ ଉତ୍ସବରେ ବହୁ ଅନ୍ତର୍ଜାତୀୟ ହକି ଖେଳାଳି ଯୋଗ ଦେଇଥିଲେ।
ସୁନିତା ୨୦୦୮ ମସିହାରେ ୨୧ ବର୍ଷରୁ କମ୍ ବର୍ଗରେ ଅନ୍ତର୍ଜାତୀୟ ହକିରେ ଯୋଗ ଦେଇଥିଲେ। ଏହାର ବର୍ଷକ ପରେ ସେ ଭାରତୀୟ ମହିଳା ଦଳରେ ସାମିଲ ହୋଇଥିଲେ।
ସେ ଅଲମ୍ପିକ, ବିଶ୍ଵକପ୍,ଏସୀୟ କ୍ରିଡ଼ା ଓ ରାଜ୍ୟଗୋଷ୍ଠୀ କ୍ରିଡ଼ା ଭଳି ପ୍ରମୁଖ ପ୍ରତିଯୋଗିତାରେ ଖେଳି ସାରିଛନ୍ତି।