ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତି ମାସରେ ଆସୁଥିବା ଅଧିକ ବିଜୁଳି ବିଲକୁ ନେଇ ଚିନ୍ତିତ ଗ୍ରାହକଙ୍କ ପାଇଁ ଖୁସି ଖବର। ଏଣିକି ଆଉ ବିଜୁଳି ଵିଲ ଗ୍ରାହକଙ୍କୁ ଦେବାକୁ ପଡ଼ିବ ନାହିଁ। ଏହି ପ୍ରକ୍ରିୟା ଆସନ୍ତା ବର୍ଷ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି। ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନିୟମ ଅନୁଯାୟୀ ଆସନ୍ତା ତିନି ବର୍ଷ ଯାଏଁ ସେ ଦେଶରେ ଘରେଘରେ ଲାଗିଥିବା ବିଜୁଳି ମିଟରକୁ ପରିବର୍ତ୍ତନ କରି ସ୍ମାର୍ଟ ପ୍ରିପେଡ ଲଗାଇବେ।

ଏହା ଦ୍ୱାରା ଦେଶରେ ବିଜୁଳିର ଟ୍ରାନ୍ସମିଶନ ଏବଂ ଡିଷ୍ଟ୍ରିବୁସନରେ ହେଉଥିବା କ୍ଷତିକୁ ରୋକାଯାଇ ପାରିବ ବୋଲି କୁହାଯାଉଛି। ଏହା ଦ୍ୱାରା ବିଜୁଳି କମ୍ପାନିଗୁଡ଼ିକର ସ୍ଥିତି ଭଲ ହେବା ସହ ଶକ୍ତି ସଂରକ୍ଷଣ କରାଯାଇପାରିବ ବୋଲି କୁହାଯାଇଛି। ଏହା ଦ୍ୱାରା ବର୍ତମାନ ଆସୁଥିବା କାଗଜ ଵିଲ ପ୍ରକ୍ରିୟା ବନ୍ଦ ହୋଇଯିବ।

ସରକାରଙ୍କର ନିୟମ ଅନୁଯାୟୀ, ସ୍ମାର୍ଟ ମିଟର ଗରିବଙ୍କ ପାଇଁ ଖୁବ ଲାଭଦାୟକ ହେବ। କାରଣ ଏହା ଦ୍ୱାରା ଲୋକଙ୍କୁ ଏକଥରରେ ମାସର ଵିଲ ଦେବାକୁ ପଡିବ ନାହିଁ। ଲୋକ ନିଜ ହିସାବରେ ଘରର ବିଲ ଦେଇପାରିବ। ଏଥିସହ ସ୍ମାର୍ଟ ପ୍ରିପେଡ୍ ମିଟରର ନିର୍ମାଣରେ ଦେଶର ଅନେକ ବେରୋଜଗାରଙ୍କୁ ରୋଜଗାର ମଧ୍ୟ ମିଳିବ।

 କିପରି କାମ କରିବ ସ୍ମାର୍ଟ ମିଟର

ଘରେ ଲାଗିଥିବା ସ୍ମାର୍ଟ ମିଟରକୁ ବିଜୁଳି ନିଗମର କଣ୍ଟ୍ରୋଲ ରୁମରେ ଲଗାଯିବ। ସେଠାରେ କାର୍ଯ୍ୟରତ କର୍ମଚାରୀ ସ୍କାଡା ସଫ୍ଟୱେୟାର ସାହଯ୍ୟରେ ମିଟର ରିଡିଙ୍ଗ ଚେକ କରିପାରିବେ। ଏନେଇ ଯଦି କୌଣସି ଉପଭୋକ୍ତା ସଠିକ୍‌ ସମୟ ମଧ୍ୟରେ ବିଲ ପୈଠ କରୁନାହାନ୍ତି ତେବେ କଣ୍ଟ୍ରୋଲ ରୁମରୁ ହି ତାଙ୍କର କନେକ୍ସନ କଟା ହୋଇଯିବ। ଏଥିପାଇଁ କର୍ମଚାରୀଙ୍କୁ ଉପଭକ୍ତାଙ୍କ ଘରକୁ ବାରମ୍ବାର ଯିବାକୁ ମଧ୍ୟ ପଡ଼ିବ ନାହିଁ।

LEAVE A REPLY

Please enter your comment!
Please enter your name here