ଓଡ଼ିଶାଲାଇଭ୍ ବ୍ୟୁରୋ


ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ସମସ୍ତ ଘରକୁ ସ୍ମାର୍ଟ ନମ୍ବର ଦିଆଯିବ। ଘର ଠିକଣା ପାଇବାରେ ଅସୁବିଧା ହେଉଥିବାରୁ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହାକୁ ଡିଜିଟାଲ ଡୋର ନମ୍ୱର ସିଷ୍ଟମ କୁହାଯାଉଛି। ଏହା ଦ୍ୱାରା ବିଏମସି କର୍ମଚାରୀଙ୍କ ସୁବିଧା ବି ହେବ ବୋଲି ଆଶା କରାଯାଉଛି।

ଏହି ନୂଆ ବ୍ୟବସ୍ଥା ପୂର୍ବର ଘର ନମ୍ବର ସିଷ୍ଟମକୁ ବଦଳାଇବ। ନୂଆ ନମ୍ବର ପଦ୍ଧତି ଜିପିଏସ ଭିତ୍ତିରେ କରାଯିବ। ଏହି ନମ୍ବର ବ୍ୟବସ୍ଥା ଘରଗୁଡ଼ିକୁ ଟ୍ୟାଗ କରିବା ସହ ଏଥିରେ ଅଲଫାନ୍ୟୁମରିକ ସ୍ମାର୍ଟ ଠିକଣା ରହିବ। ଏହି କୋଡ୍‌ରେ ମୁଖ୍ୟ ରାସ୍ତା, ଗଳି ରାସ୍ତା, ଲେନ ନମ୍ବର, କୋଠାର ଲ୍ୟାଣ୍ଡମାର୍କ ଆଦି ରହିବ। ତା’ ଛଡ଼ା ବିଦ୍ୟୁତ, ପାଣି, ପ୍ରପରଟି ଟ୍ୟାକ୍ସ ଆଦାୟ ମଧ୍ୟ ସହଜସାଧ୍ୟ ହେବ।

ବିଏମସି ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ରଙ୍କ କହିବା ଅନୁଯାୟୀ ଏଥିପାଇଁ ଟେଣ୍ଡର ଡକାଯାଇଛି। ଏଜେନ୍ସି ଠିକ ହେବା ପରେ ୧୮୦ ଦିନ ମଧ୍ୟରେ କାମ ଆରମ୍ଭ ହେବ। ସୂଚନା ଅନୁସାରେ ପ୍ରତି ଘରର ଗୋଟିଏ ସ୍ୱତନ୍ତ୍ର ଆଇଡି ରହିବ ଓ ଏହାକୁ ଅନଲାଇନ କରାଯିବ। ପରେ ଏହାକୁ ଭୁବନେଶ୍ୱର.ମି ପୋର୍ଟାଲରେ ଛଡ଼ା ଯିବ।

LEAVE A REPLY

Please enter your comment!
Please enter your name here