ଓଡ଼ିଶାଲାଇଭ୍ ବ୍ୟୁରୋ

ବଦଳିଲେ ଭୁବନେଶ୍ଵର ମହାନଗର ନିଗମ (ବିଏମସି)ର କମିଶନର। ବିଜୟ ଅମୃତା କୁଲାଙ୍ଗେଙ୍କ ସ୍ଥାନରେ ବିଏମସିର ନୂଆ କମିଶନର ଭାବେ ନିଯୁକ୍ତ ହେଲେ ରାଜେଶ ପ୍ରଭାକର ପାଟିଲ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

୨୦୦୫ ବ୍ୟାଚର ଆଇଏଏସ ରାଜେଶ ପାଟିଲ ସମବାୟ ବିଭାଗର ସଚିବ ରହିଥିବାବେଳେ ନଗର ଉନ୍ନୟନ ବିଭାଗର ସ୍ଵତନ୍ତ୍ର ସଚିବ ଦାୟିତ୍ଵ ନିର୍ବାହ କରୁଛନ୍ତି। ବିଏମସି କମିଶନର ଭାବେ ନିଯୁକ୍ତ ହେବା ପରେ ରାଜେଶ ପ୍ରଭାକର ପାଟିଲ ଅତିରିକ୍ତ ଭାବେ ସମବାୟ ବିଭାଗ ସଚିବ ଏବଂ ନଗର ଉନ୍ନୟନ ବିଭାଗର ସ୍ଵତନ୍ତ୍ର ସଚିବ ଦାୟିତ୍ଵ ତୁଲାଇବେ।

୨୦୧୩ ବ୍ୟାଚର ଆଇଏଏସ ବିଜୟ ଅମୃତା କୁଲାଙ୍ଗେଙ୍କୁ ତାଙ୍କ ଆବେଦନ ଅନୁସାରେ ରାଜ୍ୟ ସରକାର ଏକ ମାସ ପାଇଁ ଛୁଟିରେ ଯିବାକୁ ଅନୁମତି ଦେଇଥିବା ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଛୁଟିରୁ ଆସିବା ପରେ ତାଙ୍କୁ ନୂଆ ଦାୟିତ୍ଵ ମିଳିବାର ସମ୍ଭାବନା ରହିଛି।

Tags: #BMC #BMCCommissioner #RajeshPrabhakarPatil #NewAppointment #Odisha

Comment