ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

‘ତେରି ଗଲିୟାଁ’, ‘ସୁନ୍‌ ରହା ହେ ନା ତୁ’ ଭଳି ଗୀତ ଗାଇଥିବା ବଲିଉଡ ସିଙ୍ଗର ଅଙ୍କିତ ତିୱାରୀଙ୍କ ପାଇଁ ନୂତନ ବର୍ଷ ଆଣିଛି ଖୁସି। ଗୁରୁବାର ଏକ ଶିଶୁ କନ୍ୟାର ପିତା ହୋଇଛନ୍ତି ଅଙ୍କିତ। ଝିଅର ନାଁ ଆର୍ଯ୍ୟା ରଖିାଯାଇଛି। ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ମହେଶ ଭଟ୍ଟ ଏହି ନାମ ରଖିଛନ୍ତି ବୋଲି ଅଙ୍କିତ କହିଛନ୍ତି।

ଅଙ୍କିତ ଝିଅ ସହ ଫଟୋ ଉଠାଇ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିବା ପରେ ଏବେ ଭାଇରାଲ ହେବାରେ ଲାଗିଛି। ପ୍ରଥମ ଥର ଝିଅକୁ କୋଳରେ ଧରି ଭାବବିହୋଳ ହୋଇ ପଡ଼ିଥିଲେ ସେ। ଏହା ତାଙ୍କ ଜୀବନର ସବୁଠାରୁ ଖାସ୍‌ ସମୟ ଥିଲା ବୋଲି ଫଟୋ କ୍ୟାପ୍‌ସନରେ ଲେଖିଛନ୍ତି ଅଙ୍କିତ।

୨୦୧୮ରେ ଅଙ୍କିତ ତିୱାରୀ ଏକ ଘରୋଇ ସମାରୋହରେ ପଲ୍ଲବୀ ଶୁକ୍ଳାଙ୍କୁ ବିବାହ କରିଥିଲେ। ନିଜ ହୋମଟାଉନ୍‌ କାନପୁରରେ ସେ ବିବାହ କରିଥିଲେ।  ଫିଲ୍ମ ‘ଆଶିକି-୨’ର ଗାୟକ ଅଙ୍କିତ ତିୱାରୀଙ୍କ ଘରେ ନୂଆ ଅତିଥି ଆସିଥିବାରୁ ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଛି।

Comment