ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପ୍ରତିବର୍ଷ ମେ’ ମାସ ୨୮ ତାରିଖରେ ପିରିୟଡସ୍ ବା ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଏ। ପରିୟଡସ୍ ସମୟରେ ମହିଳାମାନେ କିଭଳି ସ୍ୱଚ୍ଛତା ଉପରେ ଧ୍ୟାନ ଦେବେ ସେନେଇ ସଚେତନ କରିବାକୁ ପିରିୟଡସ୍ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ପିରିୟଡସ୍ ଦିବସର ଥିମ ରହିଛି ‘ଟୁଗେଦର ଫର ଏ ପିରିୟଡ ଫ୍ରେଣ୍ଡଲି ୱାର୍ଲ୍ଡ’।

ପିରିୟଡ୍ସ ବା ଋତୁସ୍ରାବ ସମୟରେ କିଶୋରୀ ଏବଂ ମହିଳାମାନେ ପରିଷ୍କାର ପରିଚ୍ଛନତା ରକ୍ଷା କରିବା ଆବଶ୍ୟକ। କାରଣ ଏହି ସମୟରେ ସ୍ଵଚ୍ଛତା ରକ୍ଷା ନକଲେ ଏହା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ ବୋଲି କୁହନ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅଲକ୍ତା ଦାସ।

ଋତୁସ୍ରାବ ସମୟରେ ପରିଚ୍ଛନ୍ନତା ରକ୍ଷା କରିବା ଜରୁରୀ। ଏହି ସମୟରେ କିଶୋରୀମାନେ ସଚେତନ ହେବା ସହ ଅଭିଭାବକ ଏଥିପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ଋତୁସ୍ରାବ ସମୟରେ କପଡ଼ା ଅପେକ୍ଷା ସାନିଟାରୀ ପ୍ୟାଡ ବ୍ୟବହାର କରିବା ଜରୁରୀ। ଯେଉଁମାନେ ପିରିୟଡସ୍ ସମୟରେ କପଡ଼ା ବ୍ୟବହାର କରୁଛନ୍ତି ସେମାନେ ସେହି କପଡ଼ାକୁ ଭଲ ଭାବେ ସଫା କରିବା ସହ ଖରାରେ ସୁଖାଇବା ଆବଶ୍ୟକ ବୋଲି ଡାକ୍ତର କୁହନ୍ତି।

ଋତୁସ୍ରାବ ସମୟରେ ସ୍ଵଚ୍ଛତା ରକ୍ଷା ନକଲେ ଏହା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟାର କାରଣ ପାଲଟିବାର ସମ୍ଭାବନା ରହିଛି।

ଋତୁସ୍ରାବରେ ଅନିୟମିତତା, ଆବଶ୍ୟକତାଠାରୁ ଅଧିକ ଋତୁସ୍ରାବ ଏବଂ ଏହି ସମୟରେ ପେଟ ଯନ୍ତ୍ରଣା ଲାଗି ରହିଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି କୁହନ୍ତି ଡାକ୍ତର ଅଲକ୍ତା ଦାସ।

ଋତୁସ୍ରାବ ପରିଚ୍ଛନତାରେ ବିଷୟରେ କ’ଣ କହୁଛନ୍ତି ଜଣାଶୁଣା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅଲକ୍ତା ଦାସ ଆସନ୍ତୁ ଦେଖିବା ଭିଡିଓ।

Tags: #MHDay2024 #MenstrualHygiene #PeriodFriendlyWorld #EndPeriodStigma #HealthCare #WHO #India

Comment