ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ଶିଶୁଭବନ ଛକରେ ମହିଳା କଂଗ୍ରେସ କର୍ମୀ-ପୋଲିସ ମୁହାମୁହିଁ।

ମହାରଥୀଙ୍କ ଇସ୍ତଫା ଦାବି ଜୋର। ଗୁରୁବାର ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଛନ୍ତି ମହିଳା କଂଗ୍ରେସର କର୍ମୀମାନେ। ନବୀନ ନିବାସ ଘେରାଉ କରିବାକୁ ଯାଉଥିବା ବେଳେ ଶିଶୁ ଭବନ ଛକରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି। ଜଣେ ମହିଳା କଂଗ୍ରେସ କର୍ମୀ ଅଚେତ ହୋଇଯାଇଥିବା ସୂଚନା ମିଳିଛି।

କଂଗ୍ରେସ କର୍ମୀ ମାନେ ଟମାଟୋ ମାଡ଼ କରିଛନ୍ତି। ସେମାନେ ନିଜ ଦାବିକୁ ପୁଣିଥରେ ଦୋହରାଇଛନ୍ତି। ଯେପର୍ୟନ୍ତ ପ୍ରଦୀପ ମହାରଥୀ ଇସ୍ତଫା ଦେଇନାହାନ୍ତି ସେତେ ଯାଏଁ ଏମିତି ପ୍ରତିବାଦ ଆନ୍ଦୋଳନ ଜାରି ରହିବା ବୋଲି ସେମାନେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏ ନେଇ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

ଶିଶୁଭବନ ଛକରେ ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି କାରଣ ଅନେକ ସଂଖ୍ୟାରେ ମହିଳା ଏକାଠି ହୋଇ ପ୍ରତିବାଦ କରୁଛନ୍ତି। ପୂର୍ବରୁ ମଧ୍ୟ ବିଜେପି ମହିଳା ମୋର୍ଚ୍ଚା ତରଫରୁ ନବୀନ ନିବାସ ଘେରାଉ ଲାଗି ଉଦ୍ୟମ କରାଯାଇଥିଲା। ସେମାନେ ମଧ୍ୟ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଦାବି ଥିଲା।

Comment