ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ରେ କରଣ ଜୋହରଙ୍କ ପାଇଁ ଚ୍ୟାଲେଞ୍ଜିଙ୍ଗ ରହିଛି। ତାଙ୍କର ୫ଟି ଫିଲ୍ମ ଏହି ବର୍ଷ ରିଲିଜ ହେବାକୁ ଯାଉଛି।

ବଲିଉଡ ଜଗତରେ କରଣ ଜୋହର ବେଶ ଜଣାଶୁଣା ନାମଟିଏ। କରଣ ଜୋହର ତାଙ୍କ ନିର୍ଦ୍ଦେଶନା, ଉପସ୍ଥାପନା ପାଇଁ ସାଧାରଣତଃ ଚର୍ଚ୍ଚାରେ ଥା’ନ୍ତି। ଏବେ ତାଙ୍କ ଶୋ କଫି ୱିଥ କରଣ ବି ବେଶ୍ ଚର୍ଚ୍ଚାରେ ରହିଛି। ୨୦୧୯ କରଣଙ୍କ ପାଇଁ ଆହୁରି ଚ୍ୟାଲେଞ୍ଜିଙ୍ଗ ରହିବ ବୋଲି ଶୁଣାଯାଉଛି। ଏହି ବର୍ଷ କରଣଙ୍କର ୫ଟି ଫିଲ୍ମ ରିଲିଜ ହେବାକୁ ଯାଉଛି।

ଷ୍ଟୁଡେଣ୍ଟ ଅଫ୍ ଦ ୟର ୨

କରଣଙ୍କର ଏବର୍ଷର ପ୍ରଥମ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦ ୟର ୨’ ରିଲିଜ ହେବ। ଏହି ଫିଲ୍ମରେ ଟାଇଗର ଶ୍ରଫ୍‌ଙ୍କ ବିପକ୍ଷରେ ତାରା ସୁତାରିଆ ଓ ଅନନ୍ୟା ପାଣ୍ଡେ ନଜର ଆସିବେ।

ବ୍ରହ୍ମାସ୍ତ୍ର

ଦ୍ୱିତୀୟ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ ହେବ। ଏଥିରେ ରଣବୀର କପୁରଙ୍କ ବିପକ୍ଷରେ ଆଲିଆ ଭଟ୍ଟ ଅଭିନୟ କରିଛନ୍ତି।

କେଶରୀ

ତୃତୀୟ ଫିଲ୍ମ ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ ଅକ୍ଷୟ କୁମାର ଓ ପରିଣିତି ଚୋପ୍ରା ମୁଖ୍ୟ ଚରିତ୍ରରେ ନଜର ଆସିବେ।

କଳଙ୍କ

ଚତୁର୍ଥ ଫିଲ୍ମ ‘କଳଙ୍କ’ ବି ୨୦୧୯ରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ ବରୁଣ ଧୱନ, ଆଲିଆ ଭଟ୍ଟ, ସଞ୍ଜୟ ଦତ୍ତ, ସୋନାକ୍ଷୀ ସିନ୍ହା, ମାଧୁରୀ, ଆଦିତ୍ୟ ରାୟ କପୁର ନଜର ଆସିବେ।

ଗୁଡ ନ୍ୟୁଜ

ପଞ୍ଚମ ଫିଲ୍ମ ‘ଗୁଡ ନ୍ୟୁଜ’ ଏହି ବର୍ଷ ରିଲିଜ ତାଲିକାରେ ରହିଛି। ଏହି ଫିଲ୍ମରେ ଅକ୍ଷୟ.କୁମାର ଓ କରୀନା କପୁର ଖାନ ନଜର ଆସିବେ।

କରଣ ଜୋହରଙ୍କ ସମସ୍ତ ଫିଲ୍ମ ବକ୍ସ ଅଫିସ୍‌ରେ କମାଲ କରିଛି। ସେହି ଦୃଷ୍ଟିରୁ ୨୦୧୯ରେ ତାଙ୍କ ଫିଲ୍ମଗୁଡ଼ିକ ସୁପରହିଟ ହେବ ବୋଲି ଆଶା କରାଯାଉଛି।

Comment