ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଚାଷୀ ପ୍ରସଙ୍ଗରେ ବର୍ଷିବା ଲାଗି ଆସନ୍ତା ଜାନୁଆରୀ ୮ରେ ସଂସଦରେ ଧାରଣା ଦେବ ବିଜେଡ଼ି। ଏଥିରେ ନେତା କର୍ମୀଙ୍କ ସହ ସାମିଲ ହେବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ଏ ନେଇ ସୂଚନା ଦେଇଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ଟଙ୍କା କରିବା ଦାବିରେ ବିଜେଡ଼ି ସଂସଦ ଘେରିବ। ଏଥିରେ ବିଜେଡିର ସମସ୍ତ ସାସଂଦ, ବିଧାୟକ,  ଜିଲ୍ଲା ପରିଷଦ , ଦଳୀୟ କର୍ମୀ ସାମିଲ ହେବେ। ଏହା ସହିତ ରାଷ୍ଟ୍ରପତିଙ୍କୁ ଭେଟି ଏକ ସ୍ମାରକ ପତ୍ର ଦେବାର କାର୍ଯ୍ୟକ୍ରମ ରହିଛି। ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ ସ୍ଵମୀନାଥନ ରିର୍ପୋଟ ଲାଗୁ ପ୍ରସଙ୍ଗ ନେଇ ଦିଲ୍ଲୀ ଯାତ୍ରା କରିବ ବିଜେଡି।

Comment