ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଦିଭା ଆଲିଆ ଭଟ୍ଟ ନିଜର ଅଭିନୟ ପ୍ରତିଭା ପାଇଁ ଯେତିକି ପପୁଲାର, ଆଫେଆର ପାଇଁ ବି ସେତିକି ଚର୍ଚ୍ଚାରେ ରହିଆସିଛନ୍ତି।

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ପ୍ରଫେସନାଲ ଲାଇଫଠୁ ଅଧିକ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ବହୁ ଦିନ ହେବ ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସମ୍ପର୍କକୁ ନେଇ ସବୁଠି ଚର୍ଚ୍ଚା ଏବଂ ଏନେଇ ରଣବୀର ଏବଂ ଆଲିଆ ଦୁହେଁ ଗ୍ରୀନ ସିଗ୍‌ନାଲ ମଧ୍ୟ ଦେଇଛନ୍ତି।

ଏବେ ଏମାନଙ୍କ ରିଲେସନ୍‌ସିପ୍‌କୁ ଗୋଟେ ବର୍ଷ ହୋଇଛି।

କିନ୍ତୁ ଆଲିଆଙ୍କ ଭଲପାଇବା ବହୁତ ପୁରୁଣା। ଏହି ୨୫ ବର୍ଷୀୟ ଆଲିଆ ଭଟ୍ଟ ରଣବୀରଙ୍କୁ ନିଜର ସେଲିବ୍ରିଟି କ୍ରସ୍‌ ବୋଲି ଏକ ସାକ୍ଷାତକାରରେ କହିଛନ୍ତି। ଆଲିଆ କହିଛନ୍ତି ଯେ ଯେବେ ଆଲିଆ ୧୧ ବର୍ଷ ବୟସରେ ରଣବୀରଙ୍କୁ ଭେଟିଥିଲେ, ସେତେବେଳେ ହିଁ ସେ ତାଙ୍କର ଫ୍ୟାନ୍‌ ହୋଇଯାଇଥିଲେ। ଏବଂ ସେବେଠୁ ରଣବୀର ତାଙ୍କର କ୍ରସ୍‌ ରହିଛନ୍ତି।

ଆଗରୁ ଦୀପିକା ପାଦୁକୋନ୍ ଓ କାଟ୍ରିନା କୈଫଙ୍କ ସହ ରଣବୀର ରିଲେସନ୍‌ସିପ୍‌ରେ ଥିବା ବେଳେ ତା’କୁ ନେଇ ଅସନ୍ତୋଷ ଜାହିର କରିଥିଲେ ନୀତୁ। କିନ୍ତୁ ଆଲିଆଙ୍କ କ୍ଷେତ୍ରରେ ଏପରି କିଛି ଦେଖିବାକୁ ମିଳିନାହିଁ।

ଏବେ ତ ଆଲିଆ ଭଟ୍ଟ କପୁର ପରିବାର ସହିତ ପୂରାପୁରି ମିଶିଯାଇଛନ୍ତି। ନିକଟରେ ଆଲିଆ ରଣବୀର କପୁରଙ୍କ ଭଉଣୀ ରିଧିମାଙ୍କ ଝିଅର ହାତଧରି ରେସ୍ତୁରାଁଙ୍କୁ ଯାଉଥିବା ଓ ସାରା ପରିବାର ସହିତ ଡିନର୍ କରୁଥିବାର ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।

ଅନ୍ୟପକ୍ଷରେ ବଲିଉଡରେ ଏବେ ଚର୍ଚ୍ଚା ଜୋର ଧରିଛି ଯେ ରଣବୀର ଓ ଆଲିଆ ୨୦୨୦ରେ ବାହା ହେବେ। ଏହି ପ୍ରେମୀଯୁଗଳ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି କି ନାହିଁ, ତାହାର ଉତ୍ତର ସମୟ ହିଁ ଦେଇପାରିବ।

ଅୟାନ୍ ମୁଖାର୍ଜୀଙ୍କ ସିନେମା ‘ବ୍ରହ୍ମାସ୍ତ୍ର’ରେ ଆଲିଆ ଓ ରଣବୀରଙ୍କୁ ପ୍ରଥମଥର ଏକାଠି ଦେଖିବାକୁ ମିଳିବ। ‘ବ୍ରହ୍ମାସ୍ତ୍ର’ ସିନେମାରେ ରଣବୀର ଓ ଆଲିଆଙ୍କ ବ୍ୟତୀତ ଅମିତାଭ ବଚ୍ଚନ ଓ ଟିଭି ଅଭିନେତ୍ରୀ ମୌନି ରାୟ ବି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

Comment