ଓଡିଶାଲାଇଭ୍ ବ୍ୟୁରୋ

ଜଣାଶୁଣା ଓଡ଼ିଆ ଅଭିନେତ୍ରୀ ନିକିତା ଲିପନ ସାହୁଙ୍କ ମୃତ୍ୟୁ ଘଟିଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲାବେଳେ ତାଙ୍କର ମୃତ୍ୟୁ ଘଟିଛି। ନିକିତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ କେଉଁ କାରଣରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ତାହା ସ୍ପଷ୍ଟ ହୋଇନାହିଁ।

ଛାତରୁ ନିକିତା ପଡ଼ିଯାଇଥିଲେ ବୋଲି ଶୁଣିବାକୁ ମିଳିଛି।

ନିକିତା ଫିଲ୍ମରେ ଅଭିନୟ କରିବା ସହିତ ବହୁ ମେଗାଧାରାବାହିକରେ ଅଭିନୟ କରିଥିଲେ। ନିକିତା ଓଡ଼ିଆ ଫିଲ୍ମ ‘ଆଖି ଖୋଲିବାକୁ ଡର ଲାଗୁଛି’ରେ ପ୍ରଥମେ ଓଲିଉଡରେ ଡେବ୍ୟୁ କରିଥିଲେ। ପରେ ପରେ ଅଭିନେତା ଦେବାଶିଷଙ୍କ ସହ ‘ଚୋରି ଚୋରି ମନ ଚୋରି’ ଫିଲ୍ମରେ ନଜର ଆସିଥିଲେ। ତାପରେ ନିକିତା ‘ମିତ ସାଜିଛି ଭୂତ ସାଥୀରେ’ଦୁଷ୍ମନ୍ତଙ୍କ ବିପକ୍ଷରେ  ଅଭିନୟ କରିଥିଲେ।

ଲୋକପ୍ରିୟ ସିରିଏଲ’ତପସ୍ୟା’ ଓ’ଏସିପି’ ନିକିତା ସିରିଏଲରେ ନିକିତା ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ।

Comment