ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ ଜେଇଇ ମେନ୍ ପରୀକ୍ଷା ଆଜିଠୁ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା ହେବ।
ଆଜିଠୁ ଜେଇଇ ମେନ୍ ପରୀକ୍ଷା ଆରମ୍ଭ ହୋଇଛି। ରାଜ୍ୟର ୯ଟି ସହରରେ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେଉଛି।
ସାରା ଦେଶରେ ୯ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି। ପ୍ରଥମ ଦିନରେ ବି.ଆର୍କିଟେକ୍ଚର ଏବଂ ବି ପ୍ଲାନିଂ କୋର୍ସର ପେପର-ଟୁ ପରୀକ୍ଷା ହେଉଛି। ପ୍ରଥମ ସିଟିଂ ସକାଳ ୯.୩୦ରୁ ଆରମ୍ଭ ହୋଇଥିବା ବେଳେ ୧୨.୩୦ ପର୍ଯ୍ୟନ୍ତ ଏହା ଚାଲିବ। ଦିନ ୨.୩୦ରୁ ୫. ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ।
ବୁଧବାରଠୁ ୧୨ ତାରିଖ ପର୍ଯ୍ୟନ୍ତ ବି.ଇ./ ବି ଟେକ୍ କୋର୍ସର ପେପର-ୱାନ୍ ପରୀକ୍ଷା ହେବ। ପ୍ରଥମଥର ପାଇଁ ନ୍ୟାସ୍ନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପରୀକ୍ଷା ପରିଚାଳନା କରୁଛି। ଜାନୁଆରୀ ୩୧ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବ।
ସେହପରି ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ଏପ୍ରିଲ ୬ରୁ ୨୦ ତାରିଖ ଭିତରେ ହେବ। ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଫେବୃଆରୀ ୮ରୁ ମାର୍ଚ୍ଚ ୭ ମଧ୍ୟରେ ନାଁ ରେଜିଷ୍ଟ୍ରେସନ କରିବେ।












