ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ନିଟ୍‌, ଜେଇଇ ଏବଂ ନେଟ୍ ପରୀକ୍ଷା ପରିଚାଳନା କରିବ ଏଜେନ୍ସୀ
  • ପ୍ରତିବର୍ଷ ଫେବ୍ରୁଆରୀ ଏବଂ ମେ’ରେ ନିଟ୍ ପରୀକ୍ଷା
  • ଜାନୁଆରୀ ଏବଂ ଏପ୍ରିଲ ମାସରେ ଜେଇଇ ମେନ୍ ପରୀକ୍ଷା

କେନ୍ଦ୍ର ସରକାର ନିଟ୍‌, ଜେଇଇ ଏବଂ ନେଟ୍‌ ପରୀକ୍ଷାରେ ବଡ଼ ପରିବର୍ତ୍ତନ କରିଛନ୍ତି। ନିଟ୍‌, ଜେଇଇ ପରୀକ୍ଷା ବର୍ଷକୁ ଦୁଇ ଥର କରିବା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ନିଷ୍ପତ୍ତି ନେଇଥିବା ବେଳେ ନେଟ୍ ପରୀକ୍ଷା ବର୍ଷକୁ ଥରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ଏସବୁ ପରୀକ୍ଷା ପରିଚାଳନା କରିବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାୱଡେକର କହିଛନ୍ତି।

ନିଟ୍‌, ଜେଇଇ (ମେନ୍) ଏବଂ ନେଟ୍ ପରୀକ୍ଷା ସିବିଏଏସ୍‌ଇ ବୋର୍ଡ ପରିଚାଳନା କରୁଥିଲା। ଏଣିକି ଏହି ପରୀକ୍ଷା ଆସନ୍ତା ବର୍ଷଠାରୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ପରିଚାଳନା କରିବ।

ନିଟ୍ ପରୀକ୍ଷା ପ୍ରତିବର୍ଷ ଫେବ୍ରୁଆରୀ ଏବଂ ମେ ମାସରେ କରାଯିବ। ଏହି ପରୀକ୍ଷା କମ୍ପ୍ୟୁଟର ମାଧ୍ୟମରେ କରାଯିବ। ନେଟ୍‌ ପରୀକ୍ଷା ପ୍ରତିବର୍ଷ ଡିସେମ୍ବର ଏବଂ ଜେଇଇ (ମେନ୍‌) ପରୀକ୍ଷା ଜାନୁଆରୀ ଏବଂ ଏପ୍ରିଲ ମାସରେ କରାଯିବ।

ପ୍ରକାଶ ଜାୱଡେକର କହିଛନ୍ତି, “ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରେ ଛାତ୍ରଛାତ୍ରୀଙ୍କ ସମୟ ବରବାଦ ନକରିବା ପାଇଁ କେନ୍ଦ୍ର ସରକାର ଏହି ପରିବର୍ତ୍ତନ କରିଛନ୍ତି। ଛାତ୍ରଛାତ୍ରୀମାନେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବା ସହିତ ସେହି ବର୍ଷରେ ଦୁଇ ଥର ନିଟ୍‌ ଏବଂ ଜେଇଇ ପରୀକ୍ଷା ଦେବା ପାଇଁ ସୁଯୋଗ ପାଇବେ।”

Comment