ଓଡ଼ିଶାଲାଇଭ୍ ବ୍ୟୁରୋ

ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ୟୁଜିସି-ନେଟ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଅଧ୍ୟାପକ ଓ ଜୁନିୟର ରିସର୍ଚ୍ଚ ଫେଲୋ ପଦ ପାଇଁ ଏହି ପରୀକ୍ଷା ଅତ୍ୟନ୍ତ ଉପଯୋଗୀ।

ଏନଟିଏ ପକ୍ଷରୁ ଚଳିତବର୍ଷ ଡିସେମ୍ବର ମାସ ୬ରୁ ୨୨ ତାରିଖ ଯାଏଁ ଏହି ପରୀକ୍ଷା କରାଯିବ। ଏନେଇ ଏବେ ଅନଲାଇନ ଆବେଦନ ଜାରି ରହିଛି। ଅକ୍ଟୋବର ୨୮ ଆବେଦନର ଶେଷ ତାରିଖ।

ଆପଣମାନେ ଏହି ୟୁଜିସି-ନେଟ୍ ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।

ଯୋଗ୍ୟତା

  • ଏହି ପରୀକ୍ଷା ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ନିର୍ଦ୍ଦିଷ୍ଟ ବିଷୟରେ ପୋଷ୍ଟ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
  • ସେମାନେ ପୋଷ୍ଟ ଗ୍ରାଜୁଏସନରେ ଅତିକମରେ ୫୫ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ

ପରୀକ୍ଷା

  • ଏହି ସିଟିଇଟି ପରୀକ୍ଷାରେ ୨ଟି ପେପର ରହିବ
  • ଉଭୟ ପେପର ପାଇଁ କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି) କରାଯିବ 

ଆବେଦନ ଫି’

  • ସାଧରଣ ବର୍ଗ – ୧୧୫୦ ଟଙ୍କା
  • ଓବିସି ବର୍ଗ ଓ ଇଡବ୍ଲୁଏସ୍ ବର୍ଗ – ୬୦୦ ଟଙ୍କା
  • ଅନୁସୂଚିତ ଜାତି, ଜନଜାତି ଏବଂ ଭିନ୍ନକ୍ଷମ ପ୍ରାର୍ଥୀ – ୩୨୫ ଟଙ୍କା

କେମିତି କରିବେ ଆବେଦନ

  • ଏନଟିଏର ୱେବସାଇଟ www.ugcnet.nta.ac.inକୁ ଯାଆନ୍ତୁ
  • ୱେବସାଇଟ ଭିତରେ ‘ଆପ୍ଲାଏ ଅନଲାଇନ’ରେ କ୍ଲିକ କରନ୍ତୁ
  • ଏହାପରେ ‘ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ କ୍ଲିକ କରନ୍ତୁ
  • ଏହାପରେ ସେଠାରେ ଲଗ ଇନ କରି ୟୁଜିସି ନେଟ ପରୀକ୍ଷା ପାଇଁ ଫର୍ମ ପୂରଣ କରନ୍ତୁ
  • ଫର୍ମ ପୂରଣବେଳେ ନିଜ ପାଖ ସହରର ପରୀକ୍ଷା କେନ୍ଦ୍ରକୁ ବାଛନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି ପରୀକ୍ଷା ପାଇଁ କେବେ ଅଡମିଟ୍ କାର୍ଡ ବାହାରିବ ସେନେଇ ଏନଟିଏ ପକ୍ଷରୁ ଆଗକୁ ସୂଚନା ଦିଆଯିବ। ପରୀକ୍ଷାର ଅଧିକ ସୂଚନା ଏନଟିଏର ୱେବସାଇଟରେ ଉପଲବ୍ଧ।

Tags: #NationalTestingAgency #UGC-NETExam #Education #Careers #India

LEAVE A REPLY

Please enter your comment!
Please enter your name here