ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଶନିବାର ଦିନ ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ୯୯.୯୮ ପ୍ରତିଶତ ନମ୍ବର ରଖି ପ୍ରିୟଙ୍କା ସର ରାଜ୍ୟ ଟପ୍ପର ହୋଇଛନ୍ତି। ନାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଏହି ପରୀକ୍ଷା ଫଳ ଘୋଷଣା ହୋଇଛି।

ଏ ବର୍ଷର ଜେଇଇ ମେନ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୪୩ ଜଣ ଛାତ୍ର ୧୦୦ ପ୍ରତିଶତ ନମ୍ବର ରଖିଛନ୍ତି। ଏହି ପରୀକ୍ଷାରେ ଟପ୍ ରାଙ୍କରେ ଥିବା ୨.୫ ଲକ୍ଷ ପରୀକ୍ଷାର୍ଥୀ ଜେଇଇ (ଆଡ୍‌ଭାନ୍ସ) ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

୨୦୨୩ ବର୍ଷ ପାଇଁ ଜେଇଇ ମେନ ପରୀକ୍ଷାରେ ସାରା ଭାରତରେ ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ୨୦୨୩ ଏପ୍ରିଲ ମାସରେ ପରୀକ୍ଷା କରଯାଇଥିଲା।

ଜେଇଇ ମେନର ରେଜଲ୍ଟ ଜାଣିବା ପାଇଁ ଏହି ଲିଙ୍କଟିକୁ କ୍ଲିକ୍ କରନ୍ତୁ। – JEE(Main) 2023 Session 2 Result 

Tags: #JEE(Main)2023 #Result #NationalTestingAgency #India

Comment