ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ ଜେଇଇ ମେନ୍ ପରୀକ୍ଷା ତାରିଖ ଘୋଷଣା ହୋଇସାରିଛି। ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା ହେବ।

୨୦୧୯ରେ ହେବାକୁଥିବା ଜେଇଇ ମେନ୍ ପରୀକ୍ଷା ତାରିଖ ଘୋଷଣା ହୋଇସାରିଛି। ଏହି ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ହେବ। ଏନଟିଏ (ନ୍ୟାସନାଲ  ଟେଷ୍ଟିଂ ଏଜେନ୍ସି) ଏହି ପରୀକ୍ଷା ପରିଚାଳନା କରିବ। ଏହି ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୬ରୁ ୨୦ ଭିତରେ ହେବ। ଏଥିପାଇଁ ନାଁ ରେଜିଷ୍ଟ୍ରେସନ ବି ଶେଷ ହୋଇଛି।

ସେହପରି ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ଏପ୍ରିଲ ୬ରୁ ୨୦ ତାରିଖ ଭିତରେ ହେବ। ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଫେବୃଆରୀ ୮ରୁ ମାର୍ଚ୍ଚ ୭ ମଧ୍ୟରେ ନାଁ ରେଜିଷ୍ଟ୍ରେସନ କରିବେ।

ତେବେ ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜରେ ବି.ଟେକ ଓ ବି.ଆର୍କିଟେକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଜେଇଇ ରାଙ୍କକୁ ବାଧ୍ୟତାମୂଳକ କରାଯାଇଛି।

ସର୍ବଭାରତୀୟ ସ୍ତରରେ ଏନଟିଏ ଦ୍ଵାରା ଅନୁଷ୍ଠିତ ହେଉଥିବା ଜେଇଇ ମେନ୍ ପରୀକ୍ଷାରେ ରାଙ୍କ ହାସଲ କରିଥିବା ଛାତ୍ରଛାତ୍ରୀ ହିଁ ଉକ୍ତ ଦୁଇ ପାଠ୍ୟକ୍ରମରେ ନାମଲେଖା ଲାଗି ସୁଯୋଗ ପାଇବେ।

Comment