ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁସ୍ଥ ରହିବାକୁ ହେଲେ ପ୍ରତିଦିନ ୮ରୁ ୧୦ ଗ୍ଲାସ ପାଣି ପିଇବା ଆବଶ୍ୟକ। ମାତ୍ର ପାଣି ପିଇବାର ସଠିକ ସମୟ ଓ ସଠିକ୍‌ ପ୍ରକ୍ରିୟା ରହିଛି। ଯାହା ଦ୍ୱାରା ଶରୀର ସୁସ୍ଥ ରହିଥାଏ।

ଆଜିର ବ୍ୟସ୍ତବହୁଳ ଜୀବନରେ ନିଜ ପାଇଁ ସମୟ ବାହାର କରିବା ଅନେକ କଷ୍ଟ। ମାତ୍ର ଆପଣ ଜାଣିଛନ୍ତି ଯଦି ଆପଣ ସଠିକ ସମୟରେ ଆଉ ସଠିକ ପ୍ରକିୟାରେ ପାଣି ପିଉଛନ୍ତି ତେବେ ଆପଣ ସୁସ୍ଥ ରହିବା ସହିତ ଅନେକ ରୋଗରୁ ମୁକ୍ତି ପାଇପାରିବେ।

ପାଣି ପିଇବାର ସଠିକ୍ ପ୍ରକ୍ରିୟା

  • ବସି କରି ପାଣି ପିଇବା ଆବଶ୍ୟକ। ଏହା ଦ୍ୱାରା ଗଣ୍ଠିବାତ, କିଡନୀ ଯନିତ ସମସ୍ୟା ଦେଖାଦିଏ ନାହିଁ।
  • ଅଧିକ ଥଣ୍ଡା ଥିବା ପାଣି ପିଅନ୍ତୁ ନାହିଁ। ଏହା ହଜମ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ।
  • ତମ୍ବା ପାତ୍ରରେ ପାଣି ପିଇଲେ ଅନେକ ରୋଗରୁ ମୁକ୍ତି ପାଇପାରିବେ।
  • ଖାଦ୍ୟ ଖାଇବା ପୂର୍ବରୁ ଅଧିକ ପରିମାଣରେ ପାଣି ପିଅନ୍ତୁ ନାହିଁ। ଆମ ପାକସ୍ଥଳୀରେ ୫୦ ପ୍ରତିଶତ ଖାଦ୍ୟ ଏବଂ ୨୫ ପ୍ରତିଶତ ପାଣି ରହିଥାଏ। ଖାଦ୍ୟ ଖାଇବା ପୂର୍ବରୁ ଅଧିକ ପାଣି ପିଇଲେ ଏହା ହଜମ କରିବାରେ ବାଧକ ହୋଇଥାଏ।

ପାଣି ପିଇବାର ସଠିକ୍ ସମୟ

  • ସକାଳୁ ଉଠିବା ପରେ ପରେ ଦୁଇ ଗ୍ଲାସ ପାଣି ପଇବା ଆବଶ୍ୟକ।
  • ଖାଇବାର ୨୦-୩୦ ମିନିଟ ପୂର୍ବରୁ ଗୋଟେ ଗ୍ଲାସ ପାଣି ପିଇବା ଦରକାର।
  • ଗାଧୋଇବା ପୂର୍ବରୁ ଗୋଟେ ଗ୍ଲାସ ପାଣି ପିଇବା ଦ୍ୱାରା ଏହା ଶରୀରର ତାପମାତ୍ରାକୁ ନିୟନ୍ତ୍ରିତ ରଖିଥାଏ।
  • ରାତି ଶୋଇବା ପୂର୍ବରୁ ଗୋଟେ ଗ୍ଲାସ ପାଣି ପିଇଲେ ହୃଦ୍‌ଘାତ ଭଳି ସମସ୍ୟା ଦେଖାଦିଏ ନାହିଁ।
  • ଏକ୍ସରସାଇଜ ପୂର୍ବରୁ ଓ ପରେ ଏକ ଗ୍ଲାସ ପାଣି ପିଇବା ଦରକାର।
  • ଅସୁସ୍ଥତା ସମୟରେ ଅଧିକ ପାଣି ପିଇବା ଆବଶ୍ୟକ।

LEAVE A REPLY

Please enter your comment!
Please enter your name here