ଓଡ଼ିଶାଲାଇଭ୍ ବ୍ୟୁରୋ

ମଣିଷ ଶରୀରରେ ୯୦ ପ୍ରତିଶତ ଜଳ ରହିଥିବା ବେଳେ ୧୦ ପ୍ରତିଶତ ଅନ୍ୟାନ୍ୟ ଦ୍ରବ୍ୟ ରହିଛି। ତେଣୁ ଶରୀରକୁ ସୁସ୍ଥ ରଖିବାକୁ ହେଲେ ଆମକୁ ଅଧିକରୁ ଅଧିକ ପାଣି ପିଇବାର ଆବଶ୍ୟକତା ରହିଛି। ଯଦି ଆମ ଦେହରେ ଜଳର ମାତ୍ରା କମିଯାଏ ତେବେ ଦେହ ଶୁଖିଯାଏ । ଏଥି ସହ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ।

ପ୍ରତିଦିନ ସୂର୍ଯ୍ୟୋଦୟର ଘଣ୍ଟାଏ ପୂର୍ବରୁ ଶୌଚ ନ ଯାଇ ଅଘଷା ପାଟିରେ ପ୍ରାୟ ଦେ ଲିଟର ପାଣି ପିଅନ୍ତୁ। ଏହା ପରେ ନିଜର ନିତ୍ୟକର୍ମ ସାରନ୍ତୁ। ପାଣି ପିଇବାର ଏକ ଘଣ୍ଟାଏ ଯାଏଁ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ । ଏକ ଘଣ୍ଟା ପରେ ଅଳ୍ପ ଜଳଖିଆ ଖାଆନ୍ତୁ । ଦ୍ୱିପ୍ରହର ଓ ରାତ୍ରି ଭୋଜନର ଦୁଇଘଣ୍ଟା ପରେ ପାଣି ପିଅନ୍ତୁ । ଆରମ୍ଭରୁ ଦେଢ଼ ଲିଟର ପାଣି ପିଇବା ସମ୍ଭବ ହେବନି । ତେଣୁ ଗୋଟିଏ କି ଦୁଇଟି ଗ୍ଲାସ ପାଣି ଆରମ୍ଭରୁ ପିଅନ୍ତୁ । ଧୀରେ ଧୀରେ ଏହାର ପରିମାଣ ବଢ଼ାଇ ପାରିବେ।

ପାଣି ପିଇବାର ଏହି ଅଭ୍ୟାସ ପରେ ଶରୀରରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ। ମଧୁମେହ, ମୁଣ୍ଡବ୍ୟଥା, ରକ୍ତଚାପ, ରକ୍ତହୀନତା, ଗଣ୍ଠିବ୍ୟଥା, ମେଦବୃଦ୍ଧି, ଥଣ୍ଡାଜନିତ ସମସ୍ୟା, ଅମ୍ଲ ସମସ୍ୟା, କୋଷ୍ଠକାଠିନ୍ୟ, ଆଜମା, ସ୍ତ୍ରୀଲୋକମାନଙ୍କର ଋତୁଚକ୍ରଜନିତ ସମସ୍ୟା, ପରିସ୍ରା ଜନିତ ସମସ୍ୟା, କିଡନୀ ଷ୍ଟୋନ, ଆର୍ଥାଇଟିସ୍, ସ୍ତନ କର୍କଟ ଭଳି ରୋଗରୁ ଉପଶମ ମିଳିପାରିବ ।

କେବଳ ଏହି ସମସ୍ୟା ନୁହେଁ ଅଧିକ ପାଣି ପିଇବା ଦ୍ୱାରା ଶରୀରର ଓଜନ କମିବା ସହ ତ୍ୱଚାରେ ଉଜ୍ଜ୍ୱଳତା ଆସିଥାଏ।

Comment