ଓଡ଼ିଶାଲାଇଭ୍ ବ୍ୟୁରୋ

ରୋଷେଇରେ ବ୍ୟବହାର ହେଉଥିବା ମସଲା ମଧ୍ୟରେ କଳାଜିରା ଅନ୍ୟତମ। କିନ୍ତୁ ସ୍ୱାଦ କଥା କହିଲେ ଏହା ଟିକିଏ କଡ଼ା ଲାଗେ। ଗବେଷକମାନଙ୍କ ଅନୁସାରେ ନିୟମିତ କଳାଜିରା ଖାଇବା ଦ୍ୱାରା ଓଜନ କମିଥାଏ।

ତିନି ମାସ ଧରି କଳାଜିରା ଖାଇଲେ ଶରୀରରେ ଜମା ହୋଇଥିବା ଅନାବଶ୍ୟକୀୟ ଚର୍ବି ବହୁ ଅଂଶରେ କମିଯାଏ। ଏହା ଶରୀରରେ ଥିବା ଚର୍ବିକୁ ମଳ-ମୂତ୍ର ମାଧ୍ୟମରେ ଶରୀରରୁ ବାହାର କରିଦିଏ।

ସେହିପରି କଳାଜିରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଦୁର୍ବଳତା ଓ ଥକ୍କାପଣ ଦୂର କରି ଶରୀରରେ ଶକ୍ତି ସଂଚାର କରେ। ଏହାଛଡ଼ା ଥଣ୍ଡା ହୋଇଥିଲେ କଳାଜିରା ଶୁଙ୍ଘିଲେ ସେଥିରୁ ଉପଶମ ମିଳେ। କଳାଜିରାରେ ଥିବା ଆଣ୍ଟି ମାଇକ୍ରୋବିଏଲ୍‌ ଗୁଣ ଯୋଗୁଁ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।

ଗ୍ୟାଷ୍ଟ୍ରିକ୍‌, ପେଟ ଦରଜ, ପେଟରେ କୃମି ହୋଇଥିଲେ, କଳାଜିରା ଖାଇଲେ ସାଙ୍ଗେସାଙ୍ଗେ ଉପଶମ ମିଳିବ।

LEAVE A REPLY

Please enter your comment!
Please enter your name here