ଓଡ଼ିଶାଲାଇଭ୍ ବ୍ୟୁରୋ

weight gain-1

ଶରୀରର ଓଜନ ବଢ଼ିବା ଏକ ଗୁରୁତପୂର୍ଣ୍ଣ ସମସ୍ୟା ହେବାରେ ଲାଗିଛି। ଓଜନ ବଢ଼ିବା ଯୋଗୁଁ ବିଭିନ୍ନ ରୋଗ ମାଡ଼ିବସେ। ହେଲେ ଓଜନ ବଢ଼ିବାର କାରଣ କ’ଣ? କେବଳ ଅଧିକ ଖାଇବା ଦ୍ୱାରା ଶରୀରର ଓଜନ ବଢ଼େ ତାହା ନୁହେଁ, ଅନ୍ୟ ସମସ୍ୟା ଯୋଗୁଁ ମଧ୍ୟ ଓଜନ ବଢ଼ିପାରେ। ଆସନ୍ତୁ ଜାଣିବା ଏହି ସମସ୍ୟା ଗୁଡ଼ିକ ବିଷୟରେ-

ହରମୋନ ଅସନ୍ତୁଳନ: ଶରୀରରେ ହରମୋନ ଅସନ୍ତୁଳନ ହେଲେ ଅନେକ ପ୍ରକାର ସମସ୍ୟା ଦେଖା ଦେଇଥାଏ। ଶରୀରରେ ଓଜନ ବଢ଼ିବା ମଧ୍ୟ ହରମୋନ ଅସନ୍ତୁଳନ ଏକ କାରଣ। ସାଧାରଣତଃ ଏଭଳି ସମସ୍ୟା ମହିଳା ମାନଙ୍କ ମଧ୍ୟରେ ଦେଖା ଯାଇଥାଏ। ଏହାଦ୍ଵାରା ଶରୀରର ଓଜନ ହ୍ରାସ ପାଇବା ଆଶଙ୍କା ମଧ୍ୟ ରହିଛି।

ଶରୀର ପାଚନକ୍ରିୟା କମିଗଲେ ଆମ ଶରୀରରେ ହରମୋନ ଅସନ୍ତୁଳନ ହୋଇଥାଏ। ଏଥିପାଇଁ ପ୍ରତ୍ୟେକ ଲୋକଙ୍କୁ ପ୍ରତିଦିନ ଯୋଗ କିମ୍ବା ବ୍ୟାୟାମ କରାଯିବା ଆବଶ୍ୟକ ରହିଛି। ଏହାଦ୍ଵାରା ଆମ ଶରୀରରେ ହରମୋନ ଅସନ୍ତୁଳନ ହେବାର ସମ୍ଭାବନା କମ୍ ରହିଥାଏ। ନିୟମିତ ଭାବରେ ଯୋଗ ବ୍ୟାୟାମ କରିବା ପରେ ବି ଶରୀରରେ ହରମୋନ ଅସନ୍ତୁଳନ ରହିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

drinking water

ଶରୀର ଜଳୀୟ ଅଂଶର ଅଭାବ: ଶରୀରରେ ଜଳୀୟ ଅଂଶ କମ୍ ରହିଲେ ମଧ୍ୟ ଓଜନ ବଢିଥାଏ। ଅନେକ ସମୟରେ ଲୋକେ ପାଣି ପିଇବା ପ୍ରତି ଧ୍ୟାନ ଦେଇନଥାନ୍ତି। ଏହାର ଫଳ ସ୍ଵରୁପ ଓଜନ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଥାଏ। ନିୟମିତ ଭାବରେ ଶରୀରରୁ ଜଳୀୟ ଅଂଶ କମ୍ ରହିଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ।

ରାତିରେ ନିଦ ହେଉନଥିଲେ: ଶରୀରର ସାମଗ୍ରିକ ବିକାଶ ପାଇଁ ନିଦ ଅତ୍ୟନ୍ତ ଆବଶ୍ୟକ। ଠିକ ଭାବରେ ନହେଲେ ଓଜନ ବଢ଼ିବାର ଆଶଙ୍କା ରହିଛି। ରାତିରେ ଶୋଇବା ଦ୍ଵାରା ଆମ ଶରୀରରୁ କ୍ଷୁଧା ହରମୋନ କ୍ଷରଣ ହୋଇଥାଏ। ଯାହା ଦ୍ଵାରା ଏହା ଆମ ଶରୀରରେ ଥିବା ଅନାବଶ୍ୟକ କ୍ୟାଲୋରୀକୁ ବ୍ୟବହାର କରିଥାଏ।

weight gain-2

ଠିକ୍ ଭାବରେ ନିଦ ନହେଲେ ଶରୀରରେ ଅନାବଶ୍ୟକ କ୍ୟାଲୋରୀ ଯୋଗୁଁ ଆମ ଶରୀରର ଓଜନ ବୃଦ୍ଧି ପାଇଥାଏ। ଏଭଳି ସମସ୍ୟା ଲାଗି ରହିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ।

ଔଷଧର ପାର୍ଶ୍ଵ ପ୍ରତିକ୍ରିୟା: ବେଳେବେଳେ ଅତ୍ୟଧିକ ଔଷଧ ସେବନ ଦ୍ଵାରା ଆମ ଶରୀରର ଓଜନ ବୃଦ୍ଧି ପାଇଥାଏ। ସାଧାରଣତଃ ଗର୍ଭ ନିୟନ୍ତଣ ଔଷଧ ଓ ଡେପ୍ରେସନ ପାଇଁ ଖାଉଥିବା ଔଷଧ ଯୋଗୁଁ ଶରୀରର ଓଜନ ବୃଦ୍ଧି ପାଇଥାଏ।

Comment