ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତ୍ୟେକ ମଣିଷର କିଛି ନା କିଛି ମାନସିକ ଚାପ ରହିଥାଏ। ଏହାର ପ୍ରଭାବ ନିଜ ଜୀବନଶୈଳୀ ଉପରେ ପଡ଼ିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଭିନ୍ନ ଭିନ୍ନ ଉପାୟ ଆପଣେଇଥାନ୍ତି। ଯଦି ଆପଣ ବି ଏକ ଷ୍ଟ୍ରେସ୍‌ ଫ୍ରି ଲାଇଫ୍‌ ଚାହୁଁଛନ୍ତି ତେବେ ଆପଣ ଏମିତି କିଛି ଉପାୟ ଆପଣେଇ ପାରିବେ।

ପ୍ରତିଦିନ କିଛି ସମୟ ପାଇଁ ନିଜକୁ ସମସ୍ତ ପ୍ରସଙ୍ଗରୁ ଦୂରେଇ ରଖନ୍ତୁ। ଦିନସାରାର କାମ, ଚିନ୍ତା ଏହି ସବୁଥିରୁ ବିରତି ନେଇ ମନକୁ ଶାନ୍ତ ରଖନ୍ତୁ। ଏମିତି କରିବା ଦ୍ୱାରା ଏହା ଆପଣଙ୍କ ଅଭ୍ୟାସରେ ପରିଣତ ହେବ। ଫଳରେ ଆପଣ ହାଲକା ଅନୁଭବ କରିବେ।

ଖାଲି ସମୟରେ ଆପଣ କିଛି ଭଲ ବହି ପଢ଼ି ପାରିବେ। କିଛି ଲେଖାଲେଖି କରିବା ଅଭ୍ୟାସ ମଧ୍ୟ କରିବା ଦରକାର।

ଅନେକ ସର୍ଭେରୁ ଜଣାପଡ଼ିଛି ଯେ ମ୍ୟୁଜିକ୍‌ ଷ୍ଟ୍ରେସ୍‌ ଦୂର କରିବାରେ ସାହାଯ୍ୟ କରେ। ଆପଣ ଚାହିଁଲେ ଏହି ଉପାୟ ଆପଣେଇ ପାରିବେ।

ସକଳେ ମର୍ଣ୍ଣିଂଓ୍ୱାକ୍‌ କରିପାରିବେ। ଏହାଦ୍ୱାରା କିଛି ସମୟ ଖୋଲାରେ ବିତାଇ ପାରିବେ।

ଛୁଟିଦିନକୁ ସଠିକ୍‌ ଭାବେ ବ୍ୟବହାର କରିବା ମଧ୍ୟ ଆବଶ୍ୟକ। ଏହି ଦିନ ସାଙ୍ଗମାନଙ୍କ ସହିତ ଫିଲ୍ମ ଦେଖିବାକୁ ଯାଆନ୍ତୁ। ଏଥସହ ଗେମ୍‌ ମଧ୍ୟ ଖେଳନ୍ତୁ।

LEAVE A REPLY

Please enter your comment!
Please enter your name here