ଓଡ଼ିଶାଲାଇଭ୍ ବ୍ୟୁରୋ

raw milk-3

 

ସବୁ ପ୍ରକାର ଭିଟାମିନ୍, ପ୍ରୋଟିନ୍, ମିନେରାଲ୍ସରେ ଭରପୂର ହେଉଛି କ୍ଷୀର। ତେଣୁ ପ୍ରତିଦିନ କ୍ଷୀର ପିଇବାକୁ ଛୋଟବେଳୁ ଶିଖାଯାଇଥାଏ। କିନ୍ତୁ କ୍ଷୀରକୁ ସଠିକ୍ ସମୟରେ ସଠିକ୍ ଭାବରେ ପିଇଲେ ହିଁ ଶରୀରକୁ ମିଳିଥାଏ ପୋଷଣ। ତେବେ ସାଧାରଣ ତାପମାତ୍ରାରେ ବହୁତ ସମୟ ଥିବା କଞ୍ଚା କ୍ଷୀର ପିଇବା ଦ୍ୱାରା ଶରୀରରେ ଅନେକ ସମସ୍ୟା ହୋଇପାରେ।

ଆସନ୍ତୁ ସେ ବିଷୟରେ ଜାଣିବା-

-କଞ୍ଚା କ୍ଷୀରରେ ବ୍ୟାକ୍ଟେରିଆ ଥିବାର ଅଧିକ ଆଶଙ୍କା ଥାଏ। ରୁମ ଟେମ୍ପେରେଚରରେ ଏଥିରେ ବ୍ୟାକ୍ଟେରିଆ ବୃଦ୍ଧି ପାଇଥାନ୍ତି। ଏହା ଦ୍ୱାରା ଇନଫେକ୍ସନ ହେବାର ସମ୍ଭାବନା ଥାଏ।

raw milk-4

-ଏହି କଞ୍ଚା କ୍ଷୀର ପିଇବା ଯୋଗୁଁ ପ୍ରତିବର୍ଷ ପ୍ରାୟ ତିନି ମିଲିୟନରୁ ଅଧିକ ଲୋକଙ୍କଠାରେ ଆଣ୍ଟି-ବାୟୋଟିକ୍ ପ୍ରତିରୋଧୀ ସଂକ୍ରମଣ ମିଳେ।

-କଞ୍ଚା କ୍ଷୀର ପିଇବା ଦ୍ୱାରା ପାଚନ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ। ଖାଦ୍ୟ ଠିକସେ ହଜମ ନହବାର ସମ୍ଭାବନା ଥାଏ।

-ଏହା ଦ୍ୱାରା ଡାୟାରିଆ ଏବଂ ଡିହାଇଡ୍ରେସନ ହେବାର ଆଶଙ୍କା ମଧ୍ୟ ଥାଏ।

-କଞ୍ଚା କ୍ଷୀର ପିଇବା ଯୋଗୁଁ ଆର୍ଥ୍ରାଇଟିସ୍ ଏବଂ ହିମୋଲିଟିକ୍ ୟୁରିମିକ୍ ସିଣ୍ଡ୍ରମ୍ ମଧ୍ୟ ହୋଇପାରେ।

-କଞ୍ଚା କ୍ଷୀର ପିଇବା ଦ୍ୱାରା ବାନ୍ତି ତଥା ଜ୍ୱର ହେବାର ମଧ୍ୟ ଆଶଙ୍କା ଥାଏ।

raw milk-1

ତେଣୁ ଆପଣ ଯଦି କଞ୍ଚା କ୍ଷୀର ପିଇବାକୁ ଚାହୁଁଛନ୍ତି ତାହେଲେ ଏହି କ୍ଷୀରକୁ ଅତିକମରେ ଅଧ ଘଣ୍ଟା ପାଇଁ ଫ୍ରିଜରେ ରଖିଦିଅନ୍ତୁ। ଏହା ଦ୍ୱାରା ଏଥିରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇପାରିବେ ନାହିଁ ଏବଂ ଆପଣଙ୍କ ଶରୀରକୁ କୌଣସି ପ୍ରକାରର କ୍ଷତି ହେବ ନାହିଁ।

Comment