ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଆଲିଆ ଭଟ୍ଟ କିଛି ଦିନ ହେବ ତାଙ୍କ ସମ୍ପର୍କକୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଉଭୟ ଫିଲ୍ମ ବ୍ରହ୍ମାସ୍ତ୍ରରେ ବି କାମ କରୁଛନ୍ତି।

ଆଲିଆ ଓ ରଣବୀରଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏବେ ଆଉ ଏକ ଖୁସି ଖବର ରହିଛି। ତେବେ ଖବରଟି ହେଉଛି ଉଭୟ ଏହି ବର୍ଷ ଏନ୍‌ଗେଜମେଣ୍ଟ କରିବାକୁ ଯାଉଛନ୍ତି।

ଏହି ବର୍ଷ ଜୁନ୍‌ ମାସରେ ରଣବୀର-ଆଲିଆ ଏନ୍‌ଗେଜମେଣ୍ଟ କରିବେ ବୋଲି ଶୁଣିବାକୁ ମିଳିଛି।

ରଣବୀରଙ୍କ ମା’ ନିତୁ କପୁର ଏନ୍‌ଗେଜମେଣ୍ଟ ପାଇଁ ରଣବୀରଙ୍କୁ ରାଜି କରାଇଥିବା କୁହାଯାଉଛି। ଉଭୟ ତାଙ୍କ ଅପକମିଙ୍ଗ  ଫିଲ୍ମ ବ୍ରହ୍ମାସ୍ତ୍ର ରିଲିଜ ହେବା ପରେ ବିବାହ କଥା ଚିନ୍ତା କରିବେ ବୋଲି କହିଛନ୍ତି।

ତେବେ ଫିଲ୍ମଟି ଏହି ବର୍ଷ ଡିସେମ୍ବର ୨୦ରେ ରିଲିଜ ହେବ। ଅନ୍ୟପକ୍ଷରେ ରଣବୀରଙ୍କ ମା’ ଚାହୁଁଛନ୍ତି ଉଭୟ ଏହି ବର୍ଷ କମ୍‌ସେ କମ୍ ଏନ୍‌ଗେଜମେଣ୍ଟ କରି ନିଅନ୍ତୁ।

ରଣବୀରଙ୍କ ପରିବାର ସହିତ ଆଲିଆଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋକୁ ନେଇ ତାଙ୍କ ପ୍ୟାନ୍ସମାନଙ୍କ ଭିତରେ ଦୁଇ ଜଣଙ୍କ ଭିତରେ ସମ୍ପର୍କ ଥିବା ଚର୍ଚ୍ଚା ହେଉଥିଲା।

Comment