ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିକିତା ମୃତ୍ୟୁ ମାମଲାର ନୂଆ ମୋଡ଼। ନିକିତାଙ୍କ ଶାଶୂଘରେ ପୋଲିସର ଲଟକା। ୧୯ତାରିଖ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ।

ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ନୂଆ ମୋଡ଼ ସାମ୍ନାକୁ ଆସିଛି। ନିକିତାଙ୍କ ଶାଶୂଘରେ ପୋଲିସ ପକ୍ଷରୁ ଲଟକା ଲଗାଯାଇଛି। ଚାଉଳିଆଗଞ୍ଜ ପୋଲିସ ପକ୍ଷରୁ ଲଟକା ଲଗାଯାଇଛି। ଅନ୍ୟପଟେ ନିକିତାଙ୍କ ଶାଶୂ ଶ୍ୱଶୂର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି।

ନିକିତା ମୃତ୍ୟୁ ଘଟଣାରେ ସ୍ୱାମୀ ଲିପନକୁ ପୋଲିସ ଜେଲ ପଠାଇଛି। ଏହି ମାମଲାରେ କରାଯାଇଥିବା ଅଭିଯୋଗ ଆଧାରରେ ନିକିତାର ଶାଶୂ ଶ୍ୱଶୂରଙ୍କୁ ଜେରା ଲାଗି ପୋଲିସ ନୋଟିସ ପଠାଇଥିଲେ ସୁଦ୍ଧା ସେମାନେ ହାଜର ହେଉନାହାନ୍ତି। ତେବେ ୧୯ତାରିଖ ସୁଦ୍ଧା ଥାନାରେ ହାଜରେ ହେବାକୁ ଲଟକାରେ ନିର୍ଦ୍ଦେଶ ରହିଛି।

ନିକିତା ମୃତ୍ୟୁ ଦିନ ତାଙ୍କ ବାପ ଘରେ ଥିଲେ। ନିକିତାଙ୍କର ୪ମାସର ପିଲା ବି ଅଛି। ନିକିତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, “ଶାଶୂ ଘର ଲୋକଙ୍କ ସହ ନିକିତାଙ୍କର ମନୋମାଳିନ୍ୟ ଥିଲା। ତାଙ୍କୁ ବୁଝାଇବାକୁ ଲିପନ୍ ଆସିଥିଲେ। ଦୁହେଁ ଛାତ ଉପରକୁ ଯାଇଥିଲେ, ସେଠାରେ କିଛି ସମୟ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।  ଲିପନ ଛାତ ଉପରୁ ଝିଅକୁ ଠେଲି ଦେଇଥିଲେ।”

ନିକିତାଙ୍କୁ ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ପୁଣି ଏକ ଘରୋଇ ହସ୍ପିଟାଲ୍‌କୁ ନେଇଥିଲେ। ସେଠାରେ ନିକିତାଙ୍କ ମତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here