ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତି ବର୍ଷ ଜାନୁଆରୀ ୧୨କୁ ଦେଶବ୍ୟାପି ଯୁବ ଦିବସ ଭାବେ ପାଳନ କରାଯାଏ। ଆଧୁନିକ ଭାରତର ନିର୍ମାତା କୁହାଯାଉଥିବା ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ମନେ ପକାଇବା ପାଇଁ ଏହି ଦିବସ ପାଳନ କରାଯାଏ। ବିବେକାନନ୍ଦଙ୍କ ଦର୍ଶନ ଓ ଆଦର୍ଶ ଆଡ଼କୁ ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ଭାରତ ସରକାର ତାଙ୍କ ଜନ୍ମ ଦିବସକୁ ଯୁବ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ।

ବିବେକାନନ୍ଦଙ୍କ ବିଚାର ଧାରା ଓ ଜୀବନଶୈଳୀ ଦ୍ୱାରା ଯୁବପିଢ଼ିଙ୍କୁ ପ୍ରୋତ୍ସାହିତ କରିବାକୁ ସରକାର ଏପରି ନିଷ୍ପତ୍ତି ନେଇଥିଲେ। ଚଳିତ ବର୍ଷ  ସାରା ଦେଶ ବିବେକାନନ୍ଦଙ୍କ ୧୫୬ତମ ଜନ୍ମ ଦିବସ ପାଳନ କରୁଛି। ଏହି ଅବସରରେ ସ୍କୁଲ, କଲେଜମାନଙ୍କରେ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।

କାର୍ଯ୍ୟକ୍ରମରେ ବିବେକାନନ୍ଦଙ୍କ ଜୀବନୀ ଓ ତାଙ୍କ ବିଚାରଧାରା ସମ୍ପର୍କରେ ଆଲୋଚନା ହୋଇଥାଏ। ତାଙ୍କ ବିଚାର ଏପରି ଥିଲା ଯାହା ନିରାଶମାନଙ୍କୁ ପ୍ରୋତ୍ସାହିତ କରୁଥିଲା।

୧- ଯେଉଁ ପର୍ଯ୍ୟନ୍ତ ବଞ୍ଚିଛ ସେ ପର୍ଯ୍ୟନ୍ତ କିଛି ଶିଖ,ଅନୁଭବ ହିଁ ସର୍ବଶ୍ରେଷ୍ଠ ଶିକ୍ଷକ।

୨- ଯେତେ ବଡ଼ ସଂଘର୍ଷ, ସେତେ ବଡ଼ ସଫଳତା।

୩- ପଢ଼ିବା ପାଇଁ ଜରୁରୀ ଏକାଗ୍ରତା, ଏକାଗ୍ରତା ପାଇଁ ଜରୁରୀ ଧ୍ୟାନ।

୪- ପବିତ୍ରତା, ଧୈର୍ଯ୍ୟ, ଉଦ୍ୟମ – ତିନି ଗୁଣ ମୁଁ ଏକା ସଙ୍ଗରେ ଚାହେଁ।

୫- ଉଠ ଏବଂ ଜାଗ୍ରତ ହୁଅ, ସେ ପର୍ଯ୍ୟନ୍ତ ଅଟକ ନାହିଁ ଯେଉଁ ପର୍ଯ୍ୟନ୍ତ ତୁମେ ତୁମ ଲକ୍ଷ୍ୟ ହାସଲ ନକରିଛି।

୬- ଗୋଟିଏ ସମୟରେ ଗୋଟିଏ କାମ କର, ସେହି କାମକୁ ମନ ଦେଇ କର।

୭- ଯେଉଁ ପର୍ଯ୍ୟନ୍ତ ତୁମେ ନିଜ ଉପରେ ବିଶ୍ୱାସ ନକରିପାରିବ ସେ ଯାଏଁ ତୁମେ ଭଗବାନଙ୍କୁ ବିଶ୍ୱାସ କରିପାରିବ ନାହିଁ।

୮- କେହି ତୁମର ନିନ୍ଦା କରନ୍ତୁ ବା ପ୍ରଂଶସା, ନ୍ୟାୟ ପଥରୁ କେବେ ଓହର ନାହିଁ।

 

Comment