ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆପଡ଼ାରେ ନବମ ଶ୍ରେଣୀ ଛାତ୍ରର ଅସ୍ଵାଭିକ ଭାବେ ବଢ଼ିଚାଲିଛି ପେଟ। ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା।

ରାଜ୍ୟ ସରକାର ଦିନକୁ ଦିନ ଗରିବ ଲୋକଙ୍କ ପାଇଁ ବିଭିନ୍ନ ସରକାରୀ ଯୋଜନା ପ୍ରଣୟନ କରୁଥିଲେ ହେଁ, ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁଁ ସରକାରଙ୍କ ଯୋଜନା ଗୁଡ଼ିକ ବାଟବଣା ହେବାରେ ଲାଗିଛି।

ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡ଼ା କୋମନା ବ୍ଲକ ଅନ୍ତର୍ଗତ ଟିକ୍ରାପଡା ଗ୍ରାମପଞ୍ଚାୟତର ଜଗନ୍ନାଥପାଲି ଗ୍ରାମରେ। କୋମନା ବ୍ଲକ କାର୍ଯ୍ୟାଲୟ ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁରେ ବାସ କରନ୍ତି କ୍ଷୀର ନାଗ। ପରିବାର କହିଲେ ପତ୍ନୀ, ଦୁଇ ପୁଅ ଓ ଦୁଇ ଝିଅ। ଆର୍ଥିକ ଅଭାବ ଅନଟନ ଭିତରେ ବହୁ କଷ୍ଟରେ ଗୁଜୁରାଣ ମେଣ୍ଟିଥାଏ।

ଏହା ବ୍ୟତୀତ ବେଳେବେଳେ  ପେଟ ପୋଷଣ ନିମିତ୍ତ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି।
ଏଭଳି ପରିସ୍ତିତିରେ ସାନ ପୁଅ ଝୁନକେତନ ହଂସ ର ଅସ୍ୱଭାବିକ ଶରୀର ବୃଦ୍ଧି ଦେଖି ବାପା, ମା’ ଭାଙ୍ଗି ପଡ଼ିଛନ୍ତି। ଜନ୍ମର ପାଂଚ ବର୍ଷରୁ ହଠାତ୍ ଧିରେ ଧିରେ ପୁଅର  ପେଟ ବଢିବାରେ ଲାଗିଲା। ପିଲାଟିର ବସିବା, ଚାଲିବା , ଶୋଇବା ଠାରୁ ଖାଇବା ଅସୁବିଧା ଦେଖି  ବାପା ମା ଚିନ୍ତିତ ହୋଇପଡି ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଦେଖାଇଥିଲେ।

କୌଣସି ପରିବର୍ତନ ନ ହେବାରୁ ବାଧ୍ୟ ହୋଇ ଜିଲ୍ଲା ହସ୍ପିଟାଲକୁ ନେଇ ଚିକିତ୍ସା କରାଇଥିଲେ । କିନ୍ତୁ ଡାକ୍ତରମାନେ ଏହା ଆଉ ଭଲ ହେବନି ବୋଲି ଘରକୁ ଫେରାଇ ଦେଇଥିଲେ । ଯାହା ଫଳରେ ବାପା କ୍ଷୀର ହଂସ ଭାଂଗି ପଡି  ବାଧ୍ୟ୍ୟ ବାଧକତା ହୋଇ ଘରକୁ ଫେରାଇ ଆଣିଥିଲେ ।

ଅନେକ ଥର ପୁଅର ଚିକିତ୍ସା ପାଇଁ ଲୋକଙ୍କ ନିକଟରେ ସହାୟତା  ହାତ ମାଗି ଥିଲେ ମଧ୍ୟ୍ୟ କୌଣସି ସହୃଦୟ  ଝୁନକେତନ ପାଇଁ ଦୟା ଦେଖାଇଲେ ନାହିଁ । ବାରମ୍ବାର  ପୁଅକୁ ନେଇ  ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଗୁହାରି କଲେ ହେଁ ଜିଲ୍ଲାପାଳ ମଧ୍ୟ୍ୟ କୌଣସି ପଦକ୍ଷେପ ନେଇନଥିଲେ। ସ୍ଥାନୀୟ ବିଧାୟକ ମାନଙ୍କୁ ମଧ୍ୟ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ, କିନ୍ତୁ କେହି ହେଲେ  ସହଯୋଗର ହାତ ବଢାଇଲେ ନାହିଁ। ଫଳରେ ନିରାଶ ହୋଇ ପୁଅକୁ ଘରେ ରଖିଲେ ।

ପ୍ରଶାସନ ଝୁନକେତନ ପାଇଁ ଆଖି ବୁଜିଦେଇଥିବା ବେଳେ  କୁରେଶ୍ୱର ଉଦ୍ୟାନବନ୍ଦ ଗାଁର ଇଉନାଇଟେଡ ୟୁଥ କ୍ଲବ ସହଯୋଗର ହାତ ବଢାଇ କଟକ ବଡ ମେଡିକାଲ ଓ ବୁର୍ଲା ମେଡିକାଲ କୁ ନେଇ କିଛି ଦିନ ଚିକିତ୍ସା କରିଥିଲେ।  ତଥାପି କୌଣସି ସୁଫଳ ମଳିଲା ନାହିଁ।

ଶେଷରେ  ଭାଗ୍ୟକୁ ଆଦରି ନିଜ ପୁଅର ଆରୋଗ୍ୟ କାମନା କରୁଛନ୍ତି ଝୁନୁଙ୍କ ବାପା, ମା’। ଅପରପକ୍ଷେ ହାର ମାନିନି ,ନିଜେ ଝୁନକେତନ। “ ପାଠ ପଢ଼ି ମୁଁ ବଡ ଲୋକ ହେବି। ବଡ ହେଲେ ଲୋକଙ୍କ  ସେବା କରିବି”, ଏମତି କଥା କହନ୍ତି ଝୁନୁ।

ସ୍ଥାନୀୟ ସମାଜସେବୀ କୈଳାସ ଚନ୍ଦ୍ର ଭୋଇଙ୍କୁ ଝୁନଙ୍କ ଚିକିତ୍ସା ବିଷୟରେ ଏ ସମ୍ପର୍କରେ ଯେ ସେ କହିଥିଲେ ସରକାର ସବୁବେଳେ ବଡ଼ବଡ଼ିଆ ଲୋକଂକୁ ସହଯୋଗ କରନ୍ତି। ଜଗାକାଳିଆଙ୍କ  ପ୍ରତି କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିଜ ବାହାଃ ବାହାଃ ନେଇଥିବା ବେଳେ ଝୁନକେତନ ପ୍ରତି କାହିଁକି ଅଣଦେଖା କରାଯାଉଛି । ଝୁନକେତନର ତୁରନ୍ତ ଚିକିତ୍ସା କରିବା ପାଇଁ ସରକାର ନିକଟରେ ଦାବି କରିଛନ୍ତି ସେ।

ଏ ସଂକ୍ରାନ୍ତରେରେ ଝୁନକେତନ ପଢ଼ୁଥିବା ବିଦ୍ୟାଳୟର ଶ୍ରେଣୀ ଶିକ୍ଷକ ଉମାଶଂକର ରଣା କହନ୍ତି, ଝନୁ ନିୟମିତ ବିଦ୍ୟାଳୟକୁ ଆସିଥାଏ ଏବଂ ଭଲ ପାଠ ପଢ଼େ। ଭଲ ପାଠ ପଢୁଥିଲେ ବି ଝୁନୁର ଅସୁସ୍ଥତା ଓ ଅର୍ଥ ତା’ ପାଇଁ ପ୍ରତିବନ୍ଧକ ସାଜିଛି। ସୁସ୍ଥ ହେବା ପାଇଁ ସେ ସଂଘର୍ଷ କରୁଛି। ଏମିତି ପରିସ୍ଥିତିରେ ସରକାର ହିଁ କିଛି କରିପାରିବେ ବୋଲି ପରିବାର ଲୋକ କହିଛନ୍ତି।

ନଂଦିଘୋସ ଖମାରୀ(ନୂଆପଡା)

Comment