ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଙ୍ଗଳବାର ଟିମ୍ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଚାଲିଛି। ଆଡିଲେଡରେ ଚାଲିଥିବା ଏହି ମ୍ୟାଚରେ କଙ୍ଗାରୁ ଟିମ୍‌ ୨୯୮  ରନ ସଂଗ୍ରହ କରିଛି।

ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୫୦ ଓଭରରେ ୯  ୱିକେଟ ହରାଇ ୨୯୮ ରନ ସଂଗ୍ରହ କରିଥିଲା କଙ୍ଗାରୁ ଟିମ୍‌। ବର୍ତ୍ତମାନ ଭାରତ ଆଗରେ ୨୯୯ ରନ୍‌ର ଟାର୍ଗେଟ।

ଅଷ୍ଟ୍ରେଲିଆ ଦଳ ପକ୍ଷରୁ ସନ ମାର୍ଶ ସର୍ବାଧିକ ୧୩୧ ରନ କରିଥିବାବେଳେ ଦଳର ଅଧିନାୟକ ଆରୋନ ଫିଞ୍ଚ୍‌ ୬ ରନ୍‌ରେ ଆଉଟ ହୋଇ ପାଭିଲିୟନ୍‌କୁ ଫେରିଥିଲେ। ଅନ୍ୟପକ୍ଷରେ ଭାରତ ପକ୍ଷରୁ  ଭୁବନେଶ୍ୱର କୁମାର ସର୍ବାଧିକ ୪ଟି ୱିକେଟ ହାସଲ କରିଛନ୍ତି। ମହମ୍ମଦ ସାମି ଓ ରବିନ୍ଦ୍ର ଜାଡେଜାଙ୍କୁ ଯଥାକ୍ରମେ ତିନୋଟି ଏବଂ ଗୋଟିଏ ୱିକେଟ ମିଳିଛି ।

ଶନିବାର ସିଡନୀରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତୀୟ ଦଳକୁ ହରାଇ କଙ୍ଗାରୁ ଦଳ ୧-୦ରେ ସିରିଜ ଆଗୁଆ ରହିଥିଲା। ତେଣୁ ଆଜିର ମ୍ୟାଚ ଭାରତ ପାଇଁ ନିର୍ଣ୍ଣାୟକ ହେବ। ଏହି ମୁକାବିଲାରେ ପରାଜିତ ହେଲେ ଟିମ୍ ଇଣ୍ଡିଆର ସିରିଜ ଜିତିବା ସ୍ୱପ୍ନ ଧୁଳିସାତ ହେବ।

Comment