ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଡ୍ୟାନ୍ସ ପ୍ଲସ ଜଜ୍‌ ଶକ୍ତି ମୋହନଙ୍କୁ ବଲିଉଡରେ ଏଣ୍ଟ୍ରି ମିଳିଛି। ବରୁଣ ଧୱନଙ୍କ ସହ ଆସିବେ ନଜର।

ବରୁଣ ଧୱନଙ୍କ ଆଗମୀ ଫିଲ୍ମ ଏବିସିଡି ୩ ଏବେ ଚର୍ଚ୍ଚାରେ ରହିଛି। ଫିଲ୍ମକୁ ନେଇ ଦର୍ଶକ ଉତ୍ସାହିତ ଥିଲାବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଡ୍ୟାନ୍ସ ପ୍ଲସର ଖ୍ୟାତନାମା ଜଜ୍‌ ଶକ୍ତି ମୋହନ ଏବିସିଡି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏକ ସାକ୍ଷାତକାରରେ ସେ ଏହି ସୂଚନା ଦେଇଛନ୍ତି। ମେଣ୍ଟର ରେମୋ ଡିସୁଜାଙ୍କ ସାଥୀରେ ଫିଲ୍ମରେ କାମ କରିବାକୁ ସୁଯୋଗ ପାଇଥିବାରୁ ସେ ବେଶ୍ ଉତ୍ସାହିତ ଥିବା କହିଛନ୍ତି।

ଫିଲ୍ମର ସୁଟିଙ୍ଗ ପାଇଁ ସେ ଟିମ ସଂହ ଲଣ୍ଡନ ଯିବା କଥା ସାକ୍ଷାତକାରରେ କହିଛନ୍ତି। ଫିଲ୍ମରେ ବରୁଣ ଧୱନଙ୍କ ସହିତ ଶ୍ରଦ୍ଧା କପୁର ମୁଖ୍ୟ ଚରିତ୍ରରେ ନଜର ଆସିବେ। ଏବିସିଡି ୨ଠାରୁ ଏହି ଫିଲ୍ମ ଭିନ୍ନ ହେବ ବୋଲି ସୂଚନା ମିଳିଛି। ଫିଲ୍ମଟି ଏହି ବର୍ଷ ନଭେମ୍ବର ୮ରେ ରିଲିଜ ହେବାକୁ ଯାଉଛି।

ଶକ୍ତିଙ୍କ ପାଇଁ ଏହା ପ୍ରଥମ ବଲିଉଡ ଫିଲ୍ମ। ପୂର୍ବରୁ ସେ ଡ୍ୟାନ୍ସକୁ ନେଇ ସାରା ଦେଶରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି। ତେବେ ଏବେ ଫିଲ୍ମରେ ସେ କେମିତି ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବେ ତା’ ଉପରେ ନଜର ରହିଛି।

Comment