ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି।

ଆଇସିସି ପକ୍ଷରୁ ସୋମବାର ଟେଷ୍ଟ ରାଙ୍କିଂ ତାଲିକା ପ୍ରକାଶ ପାଇଛି। ଟିମ୍ ଇଣ୍ଡିଆ ଏବଂ ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ରାଙ୍କିଂରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଅଷ୍ଟ୍ରେଲିଆରେ ସଦ୍ୟ ସମାପ୍ତ ଟେଷ୍ଟ ସିରିଜରେ ବିଜୟ ପରେ ୧୧୬ ଅଙ୍କ ପାଇଁ ଶୀର୍ଷ ସ୍ଥାନରେ ରହିଛି ଭାରତ।

ସେହିପରି ଅଧିନାୟକ ବିରାଟ କୋହଲି ବ୍ୟାଟିଂ କ୍ରମରେ ୯୨୨ ପଏଣ୍ଟ ପାଇଁ ତାଲିକାର ଶୀର୍ଷରେ ରହିଛନ୍ତି। ୮୯୭ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲୟମସନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଚେତେଶ୍ୱର ପୂଜାରା ତୃତୀୟ ସ୍ଥାନରେ ରହିଥିବାବେଳେ ଯୁବ କ୍ରିକେଟର ଋଷଭ ପନ୍ତ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ତାଲିକାର ୧୭ତମ ସ୍ଥାନରେ ରହିଛନ୍ତି।

ବୋଲିଂ ତାଲିକାର ପ୍ରଥମ  ଦଶଜଣଙ୍କ ଭିତରେ ରବୀନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱିନୀ ଯଥାକ୍ରମେ ପଞ୍ଚମ ଏବଂ ନବମ ସ୍ଥାନରେ ରହିଛନ୍ତି। ଦ୍ରୁତ ବୋଲର ଯଶପ୍ରତୀ ବୁମରା ୭୧୧ ପଏଣ୍ଟ ପାଇଁ ୧୫ତମ ସ୍ଥାନରେ ଅଛନ୍ତି।

Comment