ଓଡ଼ିଶାଲାଇଭ୍ ବ୍ୟୁରୋ

ଏହି ତଥ୍ୟ ଜାଣିବା ଲାଗି ବୈଜ୍ଞାନିକମାନେ ୩୦ ମିଲିୟନ ପବ୍ଲିକ ପୋଷ୍ଟ ଓ ୧୩୯୦୫ ଟୁଇଟର ୟୁଜର୍ସଙ୍କ ତଥ୍ୟ ବାହାର କରିଥିଲେ। ଏ ତଥ୍ୟରୁ ଜଣାପଡିଲା କି କୌଣସି ୮ କିମ୍ବା ୯ଜଣ ଲୋକଙ୍କ ଟୁଇଟର କିମ୍ବା କୌଣସି ସୋସିଆଲ ମିଡିଆ ପୋଷ୍ଟରୁ କୌଣସି ବ୍ୟକ୍ତିଙ୍କ ବାବଦରେ ଜଣାପଡ଼ିଯାଇଥାଏ।

ଯଦି ଆପଣ ନିଜ ଫୋନରେ ଫେସବୁକ ଆପ୍‌ ଇନଷ୍ଟଲ କରିନାହାନ୍ତି କିମ୍ବା କୌଣସି ପ୍ରକାର ସୋସିଆଲ ମିଡିଆ ଆପ୍‌ ବ୍ୟବହାର କରୁନାହାନ୍ତି ତେବେ ଏ ଖବର ଆପଣଙ୍କ ପାଇଁ ନିଶ୍ଚିତ ଆଶ୍ଚର୍ଯ୍ୟ କରିବ। ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଆପଣ ସୋସିଆଲ ମିଡିଆ ଆପ ବ୍ୟବହାର ନ କଲେ ବି ଆପଣଙ୍କ ବାବଦରେ ସବୁ ତଥ୍ୟ ଲିକ୍ ହୋଇପାରେ। ଏହା ସହିତ ଆପଣଙ୍କ ବାବଦରେ ସବୁକିଛି ଆପଣଙ୍କ ସାଙ୍ଗମାନେ ଜାଣିପାରିବେ।

ଏ ନେଇ ଗବେଷଣା କରୁଥିବା ବୈଜ୍ଞାନିକଙ୍କ ଅନୁସାରେ ଯଦି କୌଣସି ବ୍ୟକ୍ତି ସୋସିଆଲ ମିଡିଆରୁ ସମ୍ପୁର୍ଣ୍ଣ ଦୂରେଇ ରହୁଛନ୍ତି କିମ୍ବା କୌଣସି ଆପ୍‌ ବ୍ୟବହାର କରୁନାହାନ୍ତି ତଥାପି ଅନଲାଇନ୍‌ ପୋଷ୍ଟ ଏବଂ ସେହି ବ୍ୟକ୍ତିଙ୍କ ସାଙ୍ଗ ମାନେ କରୁଥିବା ପୋଷ୍ଟ ମାଧ୍ୟମରେ ସୋସିଆଲ ମିଡିଆ ବ୍ୟବହାର କରୁନଥିବା ବ୍ୟକ୍ତିଙ୍କ ବାବଦରେ ୯୫ପ୍ରତିଶତ ପର୍ଯ୍ୟନ୍ତ ତଥ୍ୟ ଲିକ୍‌ ହୋଇପାରିବ।

ଏ ନେଇ ତଥ୍ୟ ପାଇବା ଲାଗି ବୈଜ୍ଞାନିକ ମାନେ ୩୦ମିଲିୟନ ପବ୍ଲିକ ପୋଷ୍ଟ ଓ ୧୩୯୦୫ ଟୁଇଟର ୟୁଜର୍ସଙ୍କ ତଥ୍ୟ ନେଇଥିଲେ। ଏ ତଥ୍ୟରୁ ଜଣାପଡିଲା କି କୌଣସି ୮ କିମ୍ବା ୯ଜଣ ଲୋକଙ୍କ ଟୁଇଟର କିମ୍ବା କୌଣସି ସୋସିଆଲ ମିଡିଆ ପୋଷ୍ଟରୁ କୌଣସି ବ୍ୟକ୍ତିଙ୍କ ବାବଦରେ ଜଣାପଡ଼ିଯାଇଥାଏ।

ଯଦି ଆପଣ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ କିଛି ବି ପୋଷ୍ଟ କରୁଛନ୍ତି ତେବେ ଆପଣ ନିଜ ସହିତ ନିଜ ବନ୍ଧୁଙ୍କ ବାବଦରେ ସୂଚନା ଲିକ୍‌ କରୁଛନ୍ତି। ଏହା ଗଣିତଜ୍ଞ ଜେମସ୍‌ ବାର୍ଗୋ କହିଛନ୍ତି ଯାହା ରିସର୍ଚ୍ଚର ଅଂଶ ବିଶେଷ।

ରିସର୍ଚ୍ଚରୁ ଜଣାପଡିଛି ଯେ ଗୋଟିଏ କମ୍ପାନି, ସରକାର, କୌଣସି ଅଭିନେତା ଅବା କୌଣସି ୟୁଜର୍ସଙ୍କ ବାବଦରେ ସେମାନଙ୍କର ପସନ୍ଦ ,ଧାର୍ମିକ ଭାବନା, ପସନ୍ଦର ସାମଗ୍ରୀ କଣ ତାହା ଜାଣିହେବ ଯାହା ଆପଣଙ୍କ ସାଙ୍ଗମାନେ ବିଭିନ୍ନ ସୋସିଆଲ ମିଡିଆରେ ପୋଷ୍ଟ କରି ଶେୟାର କରିଥିବେ। ଏଥିରେ ସେହି ଲୋକମାନେ ସାମିଲ ଅଛନ୍ତି ଯେଉଁମାନେ କେବେ ବି ଜୀବନରେ ଫେସବୁକ୍‌ ବ୍ୟବହାର କରିନାହାନ୍ତି।

Comment