ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତର ଦିନକ ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦିଲ୍ଲୀ ପୋଲିସ ନୋଟିସ ଜାରି କରିଛି। ନିରଞ୍ଜନଙ୍କ ସମେତ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ବି ନୋଟିସ କରିଛି ଦିଲ୍ଲୀ ପୋଲିସର ଇଓଡବ୍ଲୁ।

ଶୁକ୍ରବାର ଦିନ ଦିଲ୍ଲୀ ପୋଲିସ ନିକଟରେ ହାଜର ହେବାକୁ ନୋଟିସରେ କୁହାଯାଇଛି। ହେଲେ ନିରଞ୍ଜନ କହିଛନ୍ତି ‘ମୁଁ ଏଯାଏଁ ନୋଟିସ ପାଇନାହିଁ’।

ନିରଞ୍ଜନ କହିଛନ୍ତି, “ମୁଁ ଏଯାଏଁ ନୋଟିସ ପାଇନାହିଁ। ନୋଟିସ ପାଇବା ପରେ ଯାହା ପଦକ୍ଷେପ ନେବା କଥା ନେବି। ଏହା ପଛରେ ବିରୋଧୀଙ୍କ ଷଡ଼ଯନ୍ତ୍ର ରହିଛି।

୧୦ ବର୍ଷ ତଳର ପୁରୁଣା କେସ୍‌କୁ ନେଇ ଦିଲ୍ଲୀ ପୋଲିସ ସମନ କରିଥିବା କୁହାଯାଉଛି। ରାହୁଲଙ୍କ ଗସ୍ତ ପୂର୍ବରୁ ନିରଞ୍ଜନଙ୍କୁ ସମନ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି।

Comment