ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋNaveen-Patnaik otb 2018

ରାହୁଲ ଗାନ୍ଧି ଭୁବନେଶ୍ୱର ତମାଣ୍ଡୋରେ ଯେଉଁ ଅଭିଯୋଗ ଆଣିଥିଲେ ସେଥିରେ ପ୍ରତିକ୍ରିୟା ରଖିଛନ୍ତି ନବୀନ ପଟ୍ଟନାୟକ। ରାହୁଲ ଯାହା କହିଛନ୍ତି ତାହା ବିଲକୁଲ ବକୱାସ ବୋଲି ଦିଲ୍ଲୀରେ କହିଛନ୍ତି ନବୀନ ପଟ୍ଟନାୟକ।

ରାହୁଲ ତମାଣ୍ଡୋରେ ମୋଦି ଏବଂ ନବୀନଙ୍କୁ ଆକ୍ରମଣ କରିବା ଢଙ୍ଗରେ କହିଥିଲେ ଯେ ନବୀନଙ୍କୁ ରିମୋଟ ପରି କଣ୍ଟ୍ରୋଲ କରୁଛନ୍ତି ନରେନ୍ଦ୍ର ମୋଦି। ଓଡ଼ିଶାରେ ଯାହା ହେଉଛି ତାହା ଦିଲ୍ଲୀ ଏବଂ ନାଗପୁରରୁ କଣ୍ଟ୍ରୋଲ କରାଯାଉଥିବା ରାହୁଲ କହିଥିଲେ।

ସେପଟେ ପଦ୍ନଶ୍ରୀ ସମ୍ମାନକୁ ଗୀତ ମେହେଟ୍ଟା ପ୍ରତ୍ୟାଖାନ କରିବା ପ୍ରସଙ୍ଗରେ ନବୀନ ପଟ୍ଟନାୟକ କହିଛନ୍ତି ଏହା ତାଙ୍କର ନିଜସ୍ୱ ନିଷ୍ପତ୍ତି।

ସେଦିନ ରାହୁଲ ଆହୁରି କହିଥିଲେ ଯେ କେନ୍ଦ୍ରରେ ଯେଉଁ ବିଲ୍ ପାସ୍ ହେଉଛି ସେଥିରେ ନବୀନ ବାବୁ ସମର୍ଥନ କରୁଛନ୍ତି। ଜିଏସ୍‌ଟି ଏବଂ ବିମୁଦ୍ରାକରଣ ପାଇଁ ସାରା ଦେଶରେ ଅରାଜକତା ଦେଖାଦେଲା। ଛୋଟ ବ୍ୟବସାୟୀମାନେ ବ୍ୟବସାୟ କରିବାକୁ ସମର୍ଥ ହେଲେ ନାହିଁ। କିନ୍ତୁ ଏହି ନୀତିକୁ ନବୀନ ବାବୁ ସମର୍ଥନ କଲେ। ମୋଦି ଯେତେବେଳେ ଯାହା ମାଗିଛନ୍ତି ସେଥିରେ ନବୀନ ବାବୁ ସମର୍ଥନ ଦେଇଛନ୍ତି। ଏହାର ଆଜି ପ୍ରତିକ୍ରିୟା ଦେଇଛନ୍ତି ନବୀନ ପଟ୍ଟନାୟକ।

Comment